ଆଲୋଚନା ଚକ୍ର

ଭୁବନେଶ୍ୱର: -ସ୍ଥାନୀୟ ଭୀମଟାଙ୍ଗି ବିକାଶ ପରିଷଦ ପକ୍ଷରୁ “ବିଶ୍ୱ ଦରବାରରେ ଭାରତୀୟ ସଂସ୍କୃତି ” ଶୀର୍ଷକ ଏକ ଆଲୋଚନା ଚକ୍ର ବରିଷ୍ଠ ନାଗରିକ ବଂଶୀଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟବକ୍ତା ଡାକ୍ତର ସୁରେନ୍ଦ୍ର କୁମାର ସେନ ଭାରତୀୟ ସଂସ୍କୃତି ବିଶ୍ଵ ଦରବାରରେ କ୍ରମଶଃ ଏକ ସ୍ବତନ୍ତ୍ର ପରିଚୟ ବହନ କରୁଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ବକ୍ତା ନାରାୟଣ ତ୍ରୀପାଠୀ ସନାତନ ଧର୍ମର ପ୍ରାସଙ୍ଗିକତା ଉପରେ ବିଶଦ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଶୀନାଥ ସାହୁ, ଦାମୋଦର ସାମନ୍ତରାୟ, ଡଃ ହୃଦାନନ୍ଦ ଅତିବୁଦ୍ଧି, ସ୍ତମ୍ଭକାର ନିର୍ମଳ ସାମଲ, ସନ୍ତୋଷ ମହାପାତ୍ର, ଧ୍ରୁବ ଚରଣ ସାହୁ, ପ୍ରଶାନ୍ତ ଜେନା, ନିମାଇଁ ସାମଲ, ଗୌରହରି ପଣ୍ଡା, ସୁରେଶ ଦାସ, ରଘୁନାଥ ପାତ୍ର, ରବୀନ୍ଦ୍ର ମଲ୍ଲିକ, ଛବିନ୍ଦ୍ର ଜେନା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।