February 10, 2026
Home » ଆଶା ମାନଙ୍କ ନିରନ୍ତର ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ l

ଆଶା ମାନଙ୍କ ନିରନ୍ତର ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ l

0
WhatsApp Image 2024-12-24 at 4.58.12 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଆଶା ମାନଙ୍କ ନିରନ୍ତର ଦକ୍ଷତା ବୃଦ୍ଧି ତାଲିମ ଶିବିର କାର୍ଯ୍ୟକ୍ରମ ଡାକ୍ତର. ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଶିବିର ରେ ପରିବାର କଲ୍ୟାଣ ବିଭାଗ ପାରିପାର୍ଶ୍ଵିକ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀ, ଡାକ୍ତର ଲୋପାମୁଦ୍ରା ପ୍ରଧାନ, ଡାକ୍ତର ମାତାଙ୍ଗିନୀ ମହନ୍ତ,ଡାକ୍ତର ପ୍ରସନ୍ନ କୁମାର ଦାସ,ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ, ବହୁମୁଖୀ ସ୍ୱାସ୍ଥ୍ୟକ୍ଷେତ୍ର ପରିଦର୍ଶକ ସିମାଞ୍ଚଳ ଦାସ ଉପସ୍ଥିତ ଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲି ଅଧିନସ୍ଥ ସମସ୍ତ ଆଶା ଏବଂ ମ୍ୟୁନିସିପାଲିଟି ଅଧିନସ୍ଥ ସମସ୍ତ ଆଶା ଉପସ୍ଥିତ ଥିଲେ l ୨୩ ତାରିଖ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ଦୁଇ ଦିନଧରି ଏହି ତାଲିମକାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା l ସମସ୍ତ ଆଶା ଙ୍କୁ ତିନିଗୃପରେ ଭାଗକରି , ତିନୋଟି ସ୍ଥାନରେ ତାଲିମ ଶିବିର ଅନୁଷ୍ଠିତ କରାଯାଇଥିଲା ଏହି ଶିବିରରେ ଉପରୋକ୍ତ ଡାକ୍ତର ଗଣଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପରାମର୍ଶ ଦିଆଯାଇଛି l ଏହି ତାଲିମର ମୂଳଲକ୍ଷ୍ୟ ହେଉଛି, ଆଶାମାନେ ଗାଁ ମାନଙ୍କରେ ଲୋକଙ୍କୁ କିପରି ଭାବରେ ସଚେତନ କରିବେ, ମାଆ ଓ ଶିଶୁ ର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ଏବଂ ସୁସ୍ଥ ସମାଜ ଗଠନ କରିପାରିବେ l ସମଗ୍ର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ ସ୍ୱାସ୍ଥ୍ୟ ନଥିପତ୍ର ସହାୟକ ସୁଶାନ୍ତ ନାଏକ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ l ଅନ୍ୟ କର୍ମଚାରୀ ମାନେ ଶିବିରରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *