February 23, 2025
Home » ଆଶ୍ରମ ବିଦ୍ୟାଳୟ ଝୋରଡି ଠାରେ ବାର୍ଷିକ ଉତ୍ସବ ପାଳିତ

ଆଶ୍ରମ ବିଦ୍ୟାଳୟ ଝୋରଡି ଠାରେ ବାର୍ଷିକ ଉତ୍ସବ ପାଳିତ

0

ରାମନାଗୁଡା/କୋଲନରା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଝୋରଡି ସଦର ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି |

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ କଲ୍ୟାଣ ବିଭାଗର ଶିକ୍ଷା ମଣ୍ଡଳାଧୀଶ ଶ୍ୟାମଘନ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଅନନ୍ତ ମାଣ୍ଡାଙ୍ଗି, ଏବିଇଓ ପିତୃଦେବ ବିଡିକା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚିନ୍ତାମଣି ପିର୍ବାକା, ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ନିମାଲା, ସିଆରସିସି ଶିବ ବେହେରା ଓ ଝୋରଡି ଗାଁ ମୁଖିଆ କମଳ ଚନ୍ଦ୍ର ପୁଆଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା ପରେ ଅତିଥି ପରିଚୟ ପ୍ରଦାନ ସହ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା | ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ | ଛାତ୍ରଛାତ୍ରୀଙ୍କ ପାଖରେ ଯଦି ଶୃଙ୍ଖଳିତ ଭାବେ ପାଠ ପଢା ବଜାୟ ରଖନ୍ତି ତାହେଲେ ସଫଳତା ନିଶ୍ଚିତ ହାସଲ କରି ପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ଭୂୟାଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ | ପାଠପଢ଼ା ସହିତ କ୍ରୀଡାରେ ଜଡିତ ରହିଲେ ଛାତ୍ରଛାତ୍ରୀଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣି ଦେଇଥାଏ ବୋଲି ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ | ଏହି ଅବସରରେ ବାର୍ଷିକ କ୍ରୀଡାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏହା ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |

ଖାସ୍ କରି ଆଜିକା ଯୁବପିଢି କିପରି ପାଠପଢ଼ା ଛାଡି ବିଭିନ୍ନ ସୋସିଆଲ ମିଡିଆରେ ପଡ଼ି ପଥ ଭ୍ରଷ୍ଟ ହେଉଛନ୍ତି ଏବଂ ତାହାର ନିରାକରଣ ନେଇ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ଏକ ସଚେତନତା ମୂଳକ ନୃତ୍ୟ ବେଶ ମନଲୋଭା ହୋଇଥିଲା | ଏଥିରେ ଟି.ସିକାବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ମିଶାଲ, କେନ୍ଦୁଗୁଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ ଚୌଧୁରୀ, ଶୁଣ୍ଡି ଧାମୁଣି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସିଏଚ୍. ରବି କୁମାର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ | ଏହି ଅବସରରେ ଦୀର୍ଘ ୨୪ ବର୍ଷ ଧରି ଉକ୍ତ ବିଦ୍ୟାଳୟର ସିସିଏ ଭାବେ ନିଷ୍ଠାପର କାର୍ଯ୍ୟ କରିଥିବା ରାଜାରାଓ ଗାଣ୍ଟାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା | ଶିକ୍ଷୟିତ୍ରୀ ତପସ୍ଵିନୀ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଲକ୍ଷ୍ମଣ ଶବର, କରୁଣାକର ଗରଡିଆ, ମମିତା ବିଶ୍ଵାଳ, କେ.ଶିବାନୀ ପ୍ରମୁଖ ସହଯୋଗ କରିଥିଲେ | ଶେଷରେ ସହକାରୀ ଶିକ୍ଷକ ଯୋଗେନ୍ଦ୍ର ଶବର ଧନ୍ୟବାଦ ଅର୍ପଣ କରିଥିଲେ |ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *