July 16, 2025
Home » ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା
brahmpur-doll

କଣ୍ଢେଇ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ଦର୍ଶକ

ବ୍ରହ୍ମପୁର: ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଗୁରୁବାର ଖାସ୍ପାସାହି ଓ ଜଉରା ସାହି ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସଭାପତି ସୂଯ୍ୟନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ର ପରମ୍ପରା ସଂପର୍କ ରେ ସୂଚନା ଦେଇଥିଲେ ।ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ଓ ରଶ୍ମିତା ଦଳାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହି ପରୀ ସାହିତ୍ୟ ଆସର ଆୟୋଜନ କରା ଯାଇଥିଲା । ସାରସ୍ବତ କବିତା ପାଠୋତ୍ସବ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ କବି ଡ ଶ୍ୟାମା ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଭାବେ ନାଟ୍ୟକାର ଇ. ଯାମିନି କାନ୍ତ ଦାସ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ସୁଶାନ୍ତ ଦାଶ, ସଂଗଠକ ମିହିର ରଂଜନ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ସୁଜାତା ଶତପଥୀ ସୁନୀଲ କୁମାର୍ ପ୍ରଧାନଙ୍କ ସମେତ ବହୁ କବି ଓ କବୟିତ୍ରୀ ଏହି ଅବସରରେ ଉପସ୍ଥିତ ରହି ପରିଚାଳନା କରିଥିଲେ ।ବିଳମ୍ବିତ ରାତ୍ରରେ ଭଜନ ସମାରୋହ ହୋଇଥିଲା।ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀବିଧାୟକ କେ.ଅନିଲ କୁମାର୍,ଜିଲ୍ଲା ବିଜେପି ସଭାପତି ସରୋଜ ସାବତ…., ଦିଗପହଣ୍ଡି ବିଧାୟକ ଡ୍ ସିଦ୍ଧାନ୍ତ ମହାପାତ୍ର, କୁକୁଡ଼ା ଖଣ୍ଡି ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର, ଟି .ଗୋପୀ, ଶରତ ପଟ୍ଟନାୟକ, ବନମାଳୀ ସେଠୀ . ପ୍ରମୁଖ ଯୋଗ ଦେଇଥିଲେ। ଆଇନ ଉପଦେଷ୍ଟା ମଦନ ମୋହନ ପାତ୍ର, ନାରାୟଣ ମହାକୁଡ,ଉପଦେଷ୍ଟା ବଦ୍ରି ନାରାୟଣ ନାୟକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ଉମାଶଙ୍କର ପାତ୍ର, ଶ୍ରୀକାନ୍ତ ସୁବୁଦ୍ଧି,ସୁରେନ୍ଦ୍ର କୁମାର ସେନାପତି, ରମାକାନ୍ତ ରଥ,ରମେଶ ଚନ୍ଦ୍ର ଭୂୟାଁ, ଲକ୍ଷ୍ମୀ ନାରାୟଣ ନାୟକ, ଉପସଭାପତି କ୍ଷେତ୍ରବାସୀ ରଥ, କେ.ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥି ମାନଙ୍କ ସହ ସମସ୍ତ ସାମ୍ୱାଦିକଓ କଳାକାର ମାନଙ୍କୁ ମାନଙ୍କୁ କମିଟି ତରଫରୁ ଏଠାରେ ସମ୍ମାନୀତ କରା ଯାଇଥିଲା। ସୂଚନା ଯୋଗ୍ୟ ଦୀର୍ଘ୍ ୧୫୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ଏପରି କଣ୍ଢେଇ ଯାତ୍ରା ଆୟୋଜିତ ହୋଇଆସୁଛି । ବହୁ ଜନସାଧାରଣ ଓ ଦର୍ଶକ ଯାତ୍ରାରେ ମାଟି, ଚିନି, ପ୍ଲାଷ୍ଟିକ ରେ ତିଆରି ହୋଇଥିବା ବିଭିନ୍ନ କଣ୍ଢେଇ ବିକ୍ରି କରିବା ସହ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସାନ ଜଗନ୍ନାଥ,ବଡ ଜଗନ୍ନାଥ, , ମା ବୁଢୀ ଠାକୁରାଣୀ ଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ଏହି ଅବସରରେ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା କରାଯାଇଥିଲା । ଏହି ଯାତ୍ରାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବଡ ବଜାର ଥାନା ପୋଲିସ ,ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆ ଯାଇଥିଲା। ମହାନଗର ନିଗମ ଓ ଜିଲ୍ଲାପ୍ରଶାସନ ତରଫରୁ ମଧ୍ୟ ସହଯୋଗ ମିଳିଥିଲା ।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *