October 23, 2025
Home » ଆସନ୍ତା ନଭେମ୍ବର ୩ ତାରିଖ ରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା

ଆସନ୍ତା ନଭେମ୍ବର ୩ ତାରିଖ ରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବି ଜନଗଣନା

0
Screenshot 2025-10-17 151755

ଆସନ୍ତା ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହି ଜନଗଣନା କୁ ସଫଳ କରିବା ନିମନ୍ତେ ଭାରତୀୟ କୃଷି ଗବେଷଣା ପରିଷଦ ଓ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ପୁରୀ ସ୍ଥିତ ସେଣ୍ଟ୍ରାଲ ମେରାଇନ ଫିସରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ର କାର୍ଯ୍ୟାଳୟ ରେ ଏହି ତାଲିମ ଦିଆଯାଉଛି। ଅନୁଷ୍ଠାନ ର ବୈଜ୍ଞାନିକ ମାନେ କୋଚି ରେ ତାଲିମ ନେବା ପରେ ମତ୍ସ୍ୟଜୀବୀ ଜନଗଣନା ରେ ସାମିଲ ହେବାକୁ ଥିବା ୨୯ ଜଣ ସୁପର ଭାଇଜର ଙ୍କୁ ତାଲିମ ଦେଉଚନ୍ତି।ଏହି ତାଲିମ ଶିବିର ରେ ପଶ୍ଚିମବଙ୍ଗ ଓ ଓଡ଼ିଶା ର ସୁପରଭାଇଜର ଓ ବୈଜ୍ଞାନିକ ମାନେ ଯୋଗ ଦେଇଛନ୍ତି। ଜନଗଣନା କୁ ତ୍ରୁଟି ମୁକ୍ତ ଓ ସୁବିଧା ପାଇଁ ‘ବ୍ୟାସ ଭାରତ’ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି। ଆମ ରାଜ୍ୟର ୬ ଟି ସମୁଦ୍ର କୂଳବର୍ତ୍ତି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରେ ନିର୍ଭରଶୀଳ ଥିବା ମତ୍ସ୍ୟ ଯିବି ପରିବାର ଙ୍କୁ ସର୍ଭେ କରାଯିବ।ସିଏମଏଫଆରଆଇ ପୁରୀ କ୍ଷେତ୍ର କାର୍ଯ୍ୟାଳୟ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜ୍ଞାନ ରଞ୍ଜନ ଦାଶ କହିଛନ୍ତି, ଗତ ୨୦୧୬ ମସିହାରେ ସାମୁଦ୍ରିକ ମତ୍ସଯିବି ଜନଗଣନା ହୋଇଥିଲା। ପ୍ରତି ୫ ବର୍ଷ ରେ ଥରେ ଏହି ଗଣନା କରାଯାଇ ସାମୁଦ୍ରିକ ମତ୍ସ୍ୟଯିବି ଙ୍କ ସ୍ଥିତି ଅନୁଧ୍ୟାନ କରାଯାଏ। ଏହା ଦ୍ଵାରା ସେମାନଙ୍କ ପାରିବାରିକ ସ୍ଥିତି ସମ୍ପର୍କରେ ସରକାର ଜାଣିବା ସହ ଆବଶ୍ୟକତା ପୁରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି।୨୦୨୧ ରେ କୋଭିଡ ମହାମାରୀ ଯୋଗୁ ଗଣନା ହୋଇପାରିନଥିଲା। ତେବେ ୨୦୨୫ ସର୍ଭେ ରେ ଯେଉଁ ତଥ୍ୟ ଆସିବ ତାହା କୁ ଆଧାର କରି କେନ୍ଦ୍ର ସରକାର ସାମୁଦ୍ରିକ ମତ୍ସ୍ୟଯିବି ଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ପଦକ୍ଷେପ ନେବେ।ବୈଜ୍ଞାନିକ ଡକ୍ଟର ରାଜେଶ କୁମାର ପ୍ରଧାନ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି, ଗତ ୨୦୧୬ ମସିହା ସର୍ଭେ ରେ ଓଡ଼ିଶା ର ୬ ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୫୫ ମତ୍ସ୍ୟ ଅବତରଣ ପୋତ, ୭୩୯ ମତ୍ସ୍ୟଜୀବୀ ଗ୍ରାମ, ୧ ଲକ୍ଷ ୧୫ ହଜାର ୨୨୮ ମତ୍ସ୍ୟ ଯିବି ପରିବାର, , ୯୨ ହଜାର ୫୬୯ ମତ୍ସ୍ୟଯିବି ବୃତ୍ତିଧାରି ପରିବାର,୪୮ ହଜାର ୬୦୧ ବିପିଏଲ୍ ପରିବାର, ଓ ୫ ଲକ୍ଷ ୧୭ ହଜାର ୬୨୩ ଜଣ ମତ୍ସ୍ୟଯିବି ଥିବା ସର୍ଭେରୁ ଜଣାପଡିଥିଲା। ସେହିପରି ୪୧ ହଜାର ୨୩୪ ପରିବାର ପକ୍କା ଘରେ, ୭୩ ହଜାର ୯୯୪ କଚା ଘରେ, ୯୯ ହଜାର ୫୬୬ ପରିବାର ୩ ରୁ କମ କକ୍ଷ ରେ , ୮୮ ହଜାର ୮୦୬ ପରିବାର ଙ୍କ ପାଇଖାନା ନ ଥିବା, ୨ ହଜାର ୪୨୭ ଜଣ ପୁରୁଷ ଓ ୧ ହଜାର ୪୦ ଜଣ ମହିଳା ଗ୍ରାଜୁଏସନ କିମ୍ବା ତଦୂର୍ଦ୍ଧ୍ ଶିକ୍ଷା ପାଇଥିବା, ପ୍ରତି ୧୦୦୦ ପୁରୁଷ ରେ ମହିଳାଙ୍କ ଅନୁପାତ ୯୦୨ ଥିବା ବିସ୍ତୃତ ତଥ୍ୟ ମିଳିଥିଲା। ତେଣୁ ଚଳିତବର୍ଷ ସର୍ଭେରେ ବାସ୍ତବ ସ୍ଥିତି ଜଣାପଡ଼ିବ। ଏହି ତଥ୍ୟ କୁ ଆଧାର କରି କେନ୍ଦ୍ର ସରକାର ସାମୁଦ୍ରିକ ମତ୍ସ୍ୟଜିବି ଙ୍କ ଜୀବନ ଜୀବିକା ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହା ଦ୍ଵାରା ସାମୁଦ୍ରିକ ମତ୍ସ୍ୟଯିବି ମାନେ ଉପକୃତ ହେବେ।ପୁରୀ ଜିଲ୍ଲା ପାରମ୍ପରିକ ସାମୁଦ୍ରିକ ମତ୍ସ୍ୟଯିବି ସଂଘ ସଭାପତି ବାବୁଲା ପ୍ରସାଦ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସାମୁଦ୍ରିକ ମତ୍ସ୍ୟଯିବି ଙ୍କ ପ୍ରକୃତ ସ୍ଥିତି ଜାଣିବା ପାଇଁ କେନ୍ଦ୍ର ସରକାର ଯେଉଁ ଜନଗଣନା ଆରଂଭ କରିବାକୁ ଯାଉଚନ୍ତି ତାହା ସ୍ବାଗତ ଯୋଗ୍ୟ। ଆମେ ସମ୍ପୂର୍ଣ ସହଯୋଗ କରିବୁ। ଏହି ସର୍ଭେ ହେଲେ ସାମୁଦ୍ରିକ ମତ୍ସ୍ୟଯିବି ଙ୍କ ପ୍ରକୃତ ସମସ୍ୟା ଲୋକ ଲୋଚନ କୁ ଆସିପାରିବ। ସରକାର ଏହି ତଥ୍ୟ କୁ ନେଇ ସାମୁଦ୍ରିକ ମତ୍ସ୍ୟଯିବି ଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ଉଚିତ୍। ଏବେବି ଅନେକ ମତ୍ସ୍ୟଯିବି ଶିକ୍ଷାରୁ ବଞ୍ଚିତ ଥିବା ବେଳେ ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ନାହିଁ। ପୁରୀ ଜିଲ୍ଲା ରେ ସାମୁଦ୍ରିକ ମତ୍ସ୍ୟ ଯିବି ଙ୍କ ପାଇଁ ଜେଟି ମଧ୍ୟ ନାହିଁ। ଭଲ ଡଙ୍ଗା , ବୋଟ ମଧ୍ୟ ନାହିଁ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଥିବା ସାମୁଦ୍ରିକ ମତ୍ସ୍ୟଯିବି ଜନଗଣନା ଦ୍ଵାରା ମତ୍ସ୍ୟଯିବି ଙ୍କ ସ୍ଥିତି ରେ ଉନ୍ନତି ଆସିବ ବୋଲି ଆମର ଆଶା ରହିଚି।

Leave a Reply

Your email address will not be published. Required fields are marked *