December 18, 2025
Home » ଆସନ୍ତା ୩୧ ତାରିଖରେ ଜିଲ୍ଲାସ୍ତରୀୟ ବୀରତା ଦିବସ

ଆସନ୍ତା ୩୧ ତାରିଖରେ ଜିଲ୍ଲାସ୍ତରୀୟ ବୀରତା ଦିବସ

0
WhatsApp Image 2025-12-18 at 1.25.16 PM

ପ୍ରଶାସନ ଓ ଆୟୋଜକ ଙ୍କ ଚୂଡ଼ାନ୍ତ ପ୍ରସ୍ତୁତି

ବରଗଡ :ବରଗଡ ଜିଲ୍ଲା ର ବୀରଭୂମି ଘେଁସ ର ବୀର ଶହୀଦ ମାଧୋ ସିଂ ଓ ତାଙ୍କ ପରିବାରର ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ରେ ଭୂମିକା କୁ ସ୍ମରଣ କରିବା ପାଇଁ ବୀର ଭୂମି ଘେଁସରେ ରାଜ୍ୟ ସ୍ତରୀୟ ଓ ବରଗଡ ବୀର ଛକ ରେ ଜିଲ୍ଲା ସ୍ତରୀୟ ବୀରତା ଦିବସ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖରେ ପାଳିତ ହୋଇଥାଏ । ସେହି ପରିପ୍ରେକ୍ଷୀରେ ରେ ବରଗଡ ବୀର ଛକରେ ପାଳିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବୀରତା ଦିବସର ସଫଳ ଆୟୋଜନ ପାଇଁ ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ସଂଗଠନ ତଥା ଆୟୋଜକ ମାନଙ୍କର ଯୁଗ୍ମ ଓ ପୃଥକ ପୃଥକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି କ୍ରମରେ ଗତ ୧୮ ତାରିଖ ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖସଲାଙ୍କ ସଂଯୋଜନା ରେ ଜିଲ୍ଲା ସ୍ତରୀୟ ବୀରତା ଦିବସ-୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ବୈଠକରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, କାର୍ଯ୍ୟନିର୍ବାହୀ ଅଧିକାରୀ, ବରଗଡ଼ ମ୍ୟୁନିସିପାଲିଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବରଗଡ଼, ଅଧ୍ୟକ୍ଷ ଓ ସମ୍ପାଦକ, ସହିଦ ଓ ସ୍ମୃତି କମିଟି, ଅଧ୍ୟକ୍ଷ ଓ ସଚିବ, ବରିଷ୍ଠ ନାଗରିକ ସଂଘ ର ଅଧ୍ୟକ୍ଷ ଓ ସମ୍ପାଦକ, କୋଶଳ ରାଜ୍ୟ ସମନ୍ଵୟ କମିଟି ଏବଂ ଅଧ୍ୟକ୍ଷ ଓ ସମ୍ପାଦକ, କୁଞ୍ଜଳ ସିଂ କ୍ଲବ, ଘେଁସ ଉପସ୍ଥିତ ରହି ଆଗାମୀ ଜିଲ୍ଲା ସ୍ତରୀୟ ବୀରତା ଦିବସକୁ ଶାନ୍ତି ଶୃଙ୍ଖଳାର ସହ ମହା ଆଡମ୍ବର ସହକାରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ଗତକାଲି ବରଗଡ ବରିଷ୍ଠ ନାଗରିକ ସଂଘର କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ବୀରତା ଦିବସ ପାଳନ ପରିପ୍ରେକ୍ଷୀରେ ରେ ଦୁଇଟି ପୃଥକ ପୃଥକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ପ୍ରତିବର୍ଷ ଭଳି ଭୋରରୁ ପାଣ୍ଡବ କର୍ଣ୍ଣଙ୍କ ନେତୃତ୍ୱରେ ଚଳିତ ବର୍ଷ ମଧ୍ୟ ମାଧୋ ସିଂ ଓ ତାଙ୍କ ଦାୟଦ ମାନଙ୍କ ବେଶରେ ସଜ୍ଜିତ ହୋଇ ବୀର ଶହୀଦ ପୀଠ ଘେଁସ ରୁ ମଶାଲ ଅଣାଯାଇ ବରଗଡ ର ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଉକ୍ତ ମଶାଲ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିବ ।ସେଠାରେ ପ୍ରଥମେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଏକ ଗଣ ଦୌଡ଼ ରେ ମଶାଲ କୁ
ବୀର ଛକ (ହଳଦୀ ପାଲି) ଠାରେ ସ୍ଥାପିତ ମଧୋ ସିଂ ଓ ତାଙ୍କ ସୁପୁତ୍ର ମାନଙ୍କ ସ୍ମୃତି ରେ ନିର୍ମିତ ସ୍ମୃତି ସ୍ତମ୍ଭ ପାଖକୁ ନିଆଯିବ। ସେଠାରେ ଅତିଥି ମାନେ ଓ ଆୟୋଜକ କମିଟି ସଦସ୍ୟ ମାନେ ମାଲ୍ୟାର୍ପଣ କରିସାରିବା ପରେ ବୀରତା ଦିବସ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା ।ଏଥିରେ ବରଗଡ଼ ସହର ତଥା ଜିଲ୍ଲା ର ସମସ୍ତ ସାଂସ୍କୃତିକ , ସାମାଜିକ ଅନୁଷ୍ଠାନ , ଶିକ୍ଷାନୁଷ୍ଠାନ ଓ ସମାଜର ସବୁ ବର୍ଗର ବୁଦ୍ଧିଜୀବୀ ସାମିଲ ହୋଇ ବୀର ଶହୀଦ ଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରିବାକୁ ଆୟୋଜକ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଉଭୟ ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖସଲା , ପ୍ରମୋଦ ଝାଙ୍କର , ରବି ପଣ୍ଡା, କେଦାର ମିଶ୍ର, ପ୍ରିତମ ସିଂ, ପାଣ୍ଡବ କର୍ଣ୍ଣ, ଦୀପକ ରଥ,ଗୋବିନ୍ଦ ଦାଶ, ବିକାଶ ଅଗ୍ରୱାଲ , ଦେବୀ ପଟ୍ଟନାୟକ, ପ୍ରସନ୍ନ ପ୍ରଧାନ, ବଦ୍ରୀ ପ୍ରସାଦ ସାହୁ, ସୁଜାତା ମାଝୀ, ନବୀନ ବୁଡେକ୍ ପ୍ରମୁଖ ଙ୍କ ସମେତ ବରଗଡ ଜିଲ୍ଲା ବରିଷ୍ଠ ନାଗରିକ ସଂଘ , ଶହୀଦ ଓ ସ୍ମୃତି କମିଟି ,କୋଶଳ ରାଜ୍ୟ ସମନ୍ୱୟ ସମିତି, ଭାରତ ନିର୍ମାଣ ସମିତି ,ସଂକଳ୍ପ ପରିବାରର ବହୁ ସଦସ୍ୟ ମାନେ ସାମିଲ ହୋଇଥିଲେ ।

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *