ଆସନ୍ତା 15 ରେ ବିଧାନସଭା ଘେରାଓ କରିବେ ଶିକ୍ଷକ
ସୁବର୍ଣ୍ଣପୁର –ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର )ମହାସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଠାରେ ରାଜ୍ୟ ସଭାପତି ଜୟନ୍ତୀଲାଲ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ କାର୍ଯ୍ୟରତ 22ହଜାର ଶିକ୍ଷକଙ୍କୁ କ୍ୟାଡର ଭୁକ୍ତ କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥପ୍ରତି ଦୃଷ୍ଟି ଦେଉନଥିବାରୁ ରାଜ୍ୟ ମହାସଙ୍ଘ ଅସନ୍ତୋଷ ପ୍ରକାଶ କରିଛି। ରାଜ୍ୟ ମହାସଙ୍ଘ ପକ୍ଷରୁ କ୍ୟାଡର ଭୁକ୍ତ ପାଇଁ ସରକାର ଙ୍କୁ ବହୁବାର ଦାବିପତ୍ର ଦେବା ସହ ଆଲୋଚନା କରି ଆସୁଥିଲେ ମଧ୍ୟ ଏଥିପ୍ରତି ସରକାର ଦୃଷ୍ଟି ଦେଉ ନଥିବାରୁ ଆସନ୍ତା ଡିସେମ୍ବର 15 ତାରିଖ ରାଜ୍ୟ ମହାସଙ୍ଘର ଡାକରାରେ 22ହଜାର ଏକ୍ସ କ୍ୟାଡର ଶିକ୍ଷକ ପରିବାର ଆନ୍ଦୋଳନ କୁ ଓଲ୍ହାଇବାକୁ ମହାସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ମହାସଙ୍ଘର ରାଜ୍ୟ ମହାସଚିବ ବିଶ୍ୱ ରଂଜନ ଦାସ, କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ, ଉପସଭାପତି ଉମେଶ ସ୍ୱାଇଁ, ରାଜେନ୍ଦ୍ର ପୃଶେଠ, ରାଜକିଶୋର ପ୍ରଧାନ, ବିଷ୍ଣୁ ପଣ୍ଡା, ଅମୁଲ୍ୟ ପାତ୍ର ଓ ବଂକିମ ନାୟକ ପ୍ରମୁଖ ଯୋଗ ଦେଇ ଆନ୍ଦୋଳନ କୁ ଓଲ୍ଲାଇବାକୁ ନିଷ୍ପତି ନେଇଥିବା ଆଜି ଏକ ପ୍ରେସ ବିବୃତିରେ ରାଜ୍ୟ ମିଡ଼ିଆ ସଂପାଦକ ରଂଜୁ ଅମାତ ଜଣାଇଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
