April 25, 2025
Home » ଆସିବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁ, ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

ଆସିବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁ, ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

0

କେନ୍ଦୁଝର: ଓଡ଼ିଶା ପ୍ରଦେଶ କଂଗ୍ରେସ ଲାଗି ନବ ନିଯୁକ୍ତ ପର୍ଯ୍ୟବେକ୍ଷକ ଅଜୟ କୁମାର ଲାଲୁ ମୟୂରଭଞ୍ଜ ଜିଲ୍ଲା ଦେଇ ୨୨ ମାର୍ଚ୍ଚ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାକୁ ଆସୁଛନ୍ତି। ତାଙ୍କୁ ସ୍ବାଗତ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି ଯାହା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ଶ୍ରୀ ଲାଲୁ କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ଉତ୍ସାହ ଦେବା ଲାଗି ଆସି ହୋଟେଲରେ ଅବସ୍ଥାନ ପରେ ୨୩ ତାରିଖ ଦିନ ବେଳେ ଶ୍ରୀକ୍ଷେତ୍ର ହୋଟେଲ ପାଖରୁ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ବିରାଟ ବାଇକ୍ ରାଲିରେ ଆସି ସ୍ଥାନୀୟ ଅଡିଟୋରିୟମରେ କଂଗ୍ରେସ ବୈଠକରେ ଯୋଗ ଦେବେ ଏଥି ଲାଗି ଜିଲ୍ଲାର ସବୁ ବ୍ଲକରୁ ସହସ୍ରାଧିକ କର୍ମୀ ଓ ନେତା ଯୋଗ ଦେବେ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ୨ ଦିନ ହେବ ନିଜେ ଉପସ୍ଥିତ ରହି ସବୁ ତଦାରଖ କରୁଛନ୍ତି। ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ନିଜ କର୍ମୀଙ୍କୁ ନେଇ ଏଥିରେ ଯୋଗ ଦେବାକୁ ବ୍ୟାପକ ପ୍ରସ୍ତୁତି ନିଜ ଅଞ୍ଚଳରେ କରୁଛନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ନବ କଳେବର ଲାଗି ଉଦ୍ୟମ ଜୋରଦାର ଚାଲିଥିବା ବେଳେ ମହିଳାଙ୍କ ସୁରକ୍ଷା ଲାଗି ବିଧାନସଭା ଘେରାଉ ଲାଗି ୨୭ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି ଏଥିପାଇଁ ଏବେ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ବିଜେପି ଶାସନ ବିଜେଡି ମୁଖ୍ୟ ବିରୋଧ ଦଳ ଭିତରେ କଂଗ୍ରେସ ପୁଣି ନିଜ ଶକ୍ତି ବୃଦ୍ଧି ଲାଗି ଏହିପରି ଆନ୍ଦୋଳନ କରି ଲୋକଙ୍କ ନିକଟତର ହେଉଥିବା ଜଣାଯାଇଛି ତେଣୁ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମୋହନ ଚରଣ ପରିଡା ପର୍ଯ୍ୟବେକ୍ଷକଙ୍କ ୨୩ ତାରିଖ କାର୍ଯ୍ୟକ୍ରମ ଉପରେ କହିଥିଲେ। ତାଙ୍କୁ ୨୨ତାରିଖରେ ସ୍ବାଗତ କରାଯାଇ ହୋଟେଲକୁ ନେବା ପରେ ୨୩ ତାରିଖ ରାଲି ହେବ। ଏହାପରେ ସଭାରେ କଂଗ୍ରେସ ଦଳର ଅଗ୍ରଗତି ସଂକ୍ରାନ୍ତରେ ସେ ମାର୍ଗଦର୍ଶନ କରିବେ। ଏହାପରେ ମହିଳା ନିର୍ଯ୍ୟାତନା ନେଇ ଅଭିଯୋଗ ଶୁଣିବେ। ଯୁବ ଛାତ୍ର ବେକାରୀ ଓ ଚାଷୀଙ୍କ ସହ ଆଲୋଚନା କରିବେ। ଏହି ସମସ୍ୟା କଂଗ୍ରେସ ଆଗାମୀ ଦିନରେ ବିଧାନସଭା ଓ ଲୋକସଭାରେ ଉଠାଇବ। ସେହିପରି କେନ୍ଦୁଝର ଜିଲ୍ଲାରେ ମାର୍ଚ୍ଚ ୨୭ ତାରିଖ ବିଧାନସଭା ଘେରାଉ ଲାଗି ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଇତିହାସ କଥା କହି ଏବେ ଏହା ସୀମା ଅତିକ୍ରମ କରିଛି କହିଥିଲେ। କଂଗ୍ରେସ ସରକାର ବେଳେ ଯାହା ବି ହେଉ ନାରୀ ନ୍ୟାୟ ପାଉଥିଲେ ଛବିରାଣୀ,ଅଞ୍ଜନା ନିର୍ଯ୍ୟାତନା କରି ଅପରାଧୀ ତୁରନ୍ତ ଦଣ୍ଡିତ ହୋଇଥିଲେ ହେଲେ ଅପରାଧୀ ପବନରେ ମିଳେଇ ଯାଉଛନ୍ତି। ବିଜେପି ସରକାରରେ ଆଇନ୍ କାନୁନ୍ ପୁରା ବିଗିଡି ଯାଇଛି ସେ ମଧ୍ୟ ଅଭିଯୋଗ କରିଥିଲେ। ସରକାର ତୁରନ୍ତ ନାରୀ ନିର୍ଯ୍ୟାତନା ଉପରେ ବିଧାନସଭା କମିଟି ଗଠନ କରନ୍ତୁ ସେ ଆଶା କରିଥିଲେ। ତେଣୁ କେନ୍ଦୁଝର ଜିଲ୍ଲାରୁ ଅନେକ କଂଗ୍ରେସ କର୍ମୀ ବିଧାନସଭା ଘେରାଉ ବେଳେ ଯୋଗ ଦେବେ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର,ସୁବର୍ଣ୍ଣ ନାଏକ,ବିନୋଦ ନାୟକ,ନିର୍ମଳ ନାୟକ, ସଂଗ୍ରାମ ଦାସ,ବସନ୍ତ କୁମାର ଦାସ,ରତ୍ନାକର ଜେନା,ଉତ୍ତମ ସାହୁ,ସୁନେଶ ଧୀର, ସୁଢ଼ଳ କୁମାର ସେଠୀ,ଶୁଭମ ରାଜ ପ୍ରଭୃତି ଉପସ୍ଥିତ ଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *