ଆସ ବହିଟିଏ କିଣିବା” ଓଡ଼ିଆ ପକ୍ଷ ପାଳନ ଅବସରରେ ନବରଙ୍ଗପୁର ଠାରେ କାର୍ଯ୍ୟକ୍ରମ*
ନବରଙ୍ଗପୁର ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ନବମ ଦିବସରେ ” “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ତଥା ଅଧ୍ୟାପିକା ସଂଗୀତା ତ୍ରିପାଠୀ , ଓଡିଆ ବିଭାଗ ମୁଖ୍ୟ ନନ୍ଦିତା ମିଶ୍ର, ଅର୍ଥନୀତି ବିଭାଗ ମୁଖ୍ୟ ଦିଲ୍ଲୀପ ହୋତା,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ ଓଡିଆ ଭାଷା ,ସାହିତ୍ୟ , ସଂସ୍କୃତି କୁ ବଞ୍ଚାଇବାକୁ ହେଲେ ନିହାତି ଭାବେ ବହି ଟିଏ କିଣିବା ଓ ପଢ଼ିବା ଉପରେ କହିଥିଲେ। ଆଜିଠାରୁ ପୁସ୍ତକ ପଠନ ଏକ ଦୈନଦିନ ଅଭ୍ୟାସ ରୂପେ ଗ୍ରହଣ କଲେ ଆମେ ନିଶ୍ଚିତ ଭାବେ ଆହୁରି କାଳଜୟୀ ଉପନ୍ୟାସ,ଗଳ୍ପ,କବିତା ପଢ଼ିବା ଓ ସ୍ରଷ୍ଟା ଙ୍କୁ ଉତ୍ସାହିତ କରିପାରିବା ବୋଲି ମତ ପ୍ରକାଶ ପାଇଥିଲା।ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ଓଡ଼ିଆ ଜାତିର ମହାନ୍ ଲେଖକଙ୍କର ରଚିତ ପୁସ୍ତକ , ମହାପୁରୁଷଙ୍କ ଜୀବନୀ ପୁସ୍ତକ ଗୁଡ଼ିକ ପ୍ରଦାନ କରିଥିଲେ। ସେଭଳି ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଭାଗ ନେଇ ଓଡ଼ିଶା ର ପୁସ୍ତକ, ଭାଷା,ସଂସ୍କୃତିକୁ ସମୃଦ୍ଧ କରିବାର ଲକ୍ଷ୍ୟ ନେଇ ଓଡ଼ିଆ ପୁସ୍ତକ କିଣିବା ଏବଂ ପଢ଼ିବା ପାଇଁ ସଂକଳ୍ପ କରିଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
