August 27, 2025
Home » ଆହାର କେନ୍ଦ୍ର ଉଦ୍‌ଘାଟିତ

ଆହାର କେନ୍ଦ୍ର ଉଦ୍‌ଘାଟିତ

0
WhatsApp Image 2025-08-26 at 5.13.59 PM

ଭୁବନେଶ୍ୱର: ସ୍ଥାନୀୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପ୍ରାଙ୍ଗଣରେ ନବନିର୍ମିତ ଆହାର କେନ୍ଦ୍ରର ଶୁଭ ଉଦ୍‌ଘାଟନ ହୋଇଛି। ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, କ୍ରୀଡା ଓ ଯୁବ ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଏମ୍‌ସି ମେୟର ଶ୍ରୀମତୀ ସୁଲଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।


ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ଓଡିଶା ରାଜଧାନୀ ଭୁବନେଶ୍ୱରକୁ ପ୍ରତ୍ୟେକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକେ ଆସିଥାନ୍ତି। ତେବେ ଯେପରି ସେମାନେ ସୁବିଧାରେ ଓ ମାତ୍ର ୫ ଟଙ୍କାରେ ପେଟପୂରା ଖାଇପାରିବେ ତାହା ଏହି ଆହାର କେନ୍ଦ୍ରଦ୍ୱାରା ହୋଇପାରିବ। କେହି ଯେପରି ଭୋକରେ ନ ରହିବେ ସେ ଲକ୍ଷ୍ୟରେ ଖାଦ୍ୟନିରାପତ୍ତା ବ୍ୟବସ୍ଥା ଏହି କାର୍ଯ୍ୟକ୍ରମ ଦ୍ୱାରା ଅଧିକ ଦୃଢୀଭୂତ ହେବ। ଏହି କାର୍ଯ୍ୟକ୍ରମକୁ ପାଠାଗାର କର୍ମକର୍ତ୍ତାଙ୍କ ସହ ସୂଚନା ଅଧିକାରୀ ଶ୍ରୀ ପ୍ରଭାକର ସାହୁ, ପ୍ରଭାକର ଦଳାଇ ଓ ଅମ୍ଳାନ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଶେଷକରି ଏହି କେନ୍ଦ୍ର ଦ୍ୱାରା ରାଜଧାନୀକୁ ଆସି ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଇ ଚାକିରୀକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ।

Leave a Reply

Your email address will not be published. Required fields are marked *