December 25, 2025
Home » ଆୟୂଷମାନ କାଡର ଶୁଭାରମ୍ଭ ଦେଓଗଡ ଜିଲ୍ଲା ରେ ପ୍ରଥମ ଦିନ ରେ ଦୁଇଶହ ହିତାଧୀକାରୀ ଙ୍କୁ ବଣ୍ଟନ।

ଆୟୂଷମାନ କାଡର ଶୁଭାରମ୍ଭ ଦେଓଗଡ ଜିଲ୍ଲା ରେ ପ୍ରଥମ ଦିନ ରେ ଦୁଇଶହ ହିତାଧୀକାରୀ ଙ୍କୁ ବଣ୍ଟନ।

0
deba-card

ଦେଓଗଡ ଜିଲ୍ଲା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ବହୁତ ପରୀକ୍ଷିତ ଆୟୂଷମାନ ଭାରତ ଯୋଜନା ର ମେଗା ଶୁଭାରମ୍ଭ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଓଗଡ ଜିଲ୍ଲା ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବ୍ଲକ ର ଥିବା ରିଆମାଳ ବ୍ଲକ, ଟିଲେଇବନି ବ୍ଲକ ଓ ବାରକୋଟ ସମତେ ଆଠଟି କେନ୍ଦ୍ରରେ ପାଖା ପାଖି ଦୁଇଶହ ହିତାଧୀକାରୀ ଙ୍କୁ ଆୟୁଷମାନ କାର୍ଡ ମିଳିଥିବା ଜଣାପଡ଼ିଛି। ଦେଓଗଡ଼ ଜିଲ୍ଲା କଣ୍ଡଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏହି କାର୍ଯ୍ୟ କ୍ରମର ଶୁଭାରମ୍ଭ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଟିତ ଆୟୁଷମାନ ବଣ୍ଟନ କାର୍ଯ୍ଯକର୍ମ ରେ ଜିଲ୍ଲାପାଳ ଦେଓଗଡ। ବିଧାୟକ ଦେଓଗଡ। ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ। ସିଡିଏମ ଦେଓଗଡ। ବାରକୋଟ ବ୍ଲକ ଅଧ୍ୟକ୍ଷା। ଜିଲ୍ଲାପରିଷଦ କଣ୍ଡଳ ଜୋନର ସଦଶ୍ୱା। ଓ କାର୍ଯ୍ୟ ରତ ଡାକ୍ତର ,ଆୟୁସ ଡାକ୍ତର ,ସ୍ୱାସ୍ଥ୍ୟ କର୍ମୀ ,ଆଶା କର୍ମୀ ଓ ଲୋକପ୍ରତିନିଧି ବିଭିନ୍ନ ବର୍ଗର ନାଗରିକ ଏଥିରେ ସାମିଲ ହୋଇ ଯୋଯନାର ଉପକାରିତା ସମ୍ପର୍କରେ ମତାମତ ରଖିଥିଲେ। ଏହି ଅବସରରେ କେତେକ ହିତାଧିକାରୀ ଙ୍କୁ ଯୋଜନା ର କାଡ ବିତରଣ କରାଯାଇଥିଲା। କଟକ ର ଐତିହାସିକ ବାଲି ଯାତ୍ରା ପଡିଆରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ୱାରା ଶୁଭାରମ୍ଭ ର ସିଧାପ୍ରସାରଣକୁ ବହୁ ସଂଖ୍ୟକ ଜନସାଧାରଣ ଟେଲି କାଷ୍ଟ ମାଧ୍ୟମରେ ଦେଖଥିଲେ

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *