ଇଂଜିନିୟର ଚତୁର୍ଭୁଜ ପଟ୍ଟନାୟକଙ୍କର ପରଲୋକ

ଭୁବନେଶ୍ଵର ଶହୀଦନଗର ନିବାସୀ ଶ୍ରୀଯୁକ୍ତ ଚତୁର୍ଭୁଜ ପଟ୍ଟନାୟକ, ତା:୧୧.୭.୨୫ ପୂର୍ବାହ୍ନ ୧୧.୩୨ମିନିଟ୍ ରେ ଇହଲୀଳା ସମ୍ବରଣ କରିଛନ୍ତି। ସ୍ବର୍ଗତ ପଟ୍ଟନାୟକ ଘଟଗାଁ ନିବାସୀ ସ୍ବର୍ଗତ ଗୋପାଳ ପ୍ରସାଦ ପଟ୍ଟନାୟକ ଏବଂ ସ୍ବର୍ଗତ ଗୋଲକ ମଞ୍ଜରୀ ପଟ୍ଟନାୟକଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ । ସ୍ବର୍ଗତ ପଟ୍ଟନାୟକ Minor Irrigation ଏବଂ IDCO ରେ Superintendent Ingineer ରୂପେ କାର୍ଯ୍ୟ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଦୁଇ ପୁତ୍ର, ଦୁଇ ବୋହୁ, ନାତି, ଭାଇ, ଭଉଣୀ, ଭଣଜା ଭାଣିଜି, ଜ୍ଞାତି କୁଟୁମ୍ବ , ବନ୍ଧୁ ବାନ୍ଧବ ଓ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସ୍ବର୍ଗତ ପଟ୍ଟନାୟକ ଆର୍ଯ୍ୟସମାଜର ସମ୍ପାଦକ ଭାବରେ ବହୁଦିନ ଧରି କାର୍ଯ୍ୟ କରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ସହିଦନଗର ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।