July 1, 2025
Home » ଇଚ୍ଛାପୁର ସରପଞ୍ଚ ଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଇଚ୍ଛାପୁର ସରପଞ୍ଚ ଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ

0
WhatsApp Image 2024-08-02 at 12.17.32 PM

 

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଛାପୁର ସରପଞ୍ଚ ପ୍ରଶାନ୍ତ ସାହୁଙ୍କୁ ଗତ ୨୬ ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବି ଡି ଓ ଙ୍କ ସରକାରୀ ବାସଭବନ ସମ୍ମୁଖରେ ତିନି ଜଣ ଦୁର୍ବୁତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର ମାରିଥିଲେ । ଏହାକୁ ନେଇ ସରପଞ୍ଚ ସଂଘ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆନ୍ଦୋଳନର ଧମକ ମଧ୍ୟ ଦେଇଥିଲେ । ମଧ୍ୟପ୍ରଦେଶର ଭିଳାଇ ସହରରେ ରହୁଥିବା ବିଶ୍ୱସ୍ତ ସୂତ୍ରରୁ ପୁଲିସ ଜାଣିପାରି ଚଢ଼ାଉ କରି ଥିଲେ ମଧ୍ୟ ଅଭିଯୁକ୍ତ ମାନେ ପୂର୍ବରୁ ସୁରାକ ପାଇ ସେଠାରୁ ଫେରାର ମାରିଥିଲେ । ପୁଲିସ ତାଙ୍କର ପିଛା କରି ପରିଶେଷରେ ଡୁଙ୍ଗୁରିପାଲି ଥାନା ଚିନାଜୁରୀ ନିକଟରେ ସମସ୍ତଙ୍କୁ କାବୁ କରିଥିଲେ । ଏକ କାରରେ ଭିଳାଇରୁ ଫେରୁ ଥିବା ଚିନାଯୁରୀରେ ଅଭିଯୁକ୍ତ ମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା । ତିନି ଅଭିଯୁକ୍ତ ହେଲେ ଇଛାପୁର ପଞ୍ଚାୟତ ସାନଫଟାମୁଣ୍ଡା ଗ୍ରାମର ଜୟଲାଲ ମଟାରୀଙ୍କ ଦୁଇ ପୁଅ ଅରକ୍ଷିତ ମଟାରୀ (୨୬), ବିଶ୍ୱଜିତ ମଟାରୀ (୨୧) ଏବଂ ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲା ପ୍ରେମସାଗର ପୁଲିସ ଚୌକ ହନୁମନତାକର ୱାର୍ଡ ନଂ. ୫୮ ରାଧାକୃଷ୍ଣ ଏରିଆର ଆକାଶ ଭଟ୍ଟ (୨୬) । ସରପଞ୍ଚଙ୍କୁ ଖଣ୍ଡାରେ ହାଣି ଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲେ ତିନି ଅଭିଯୁକ୍ତ । ଏଥିରେ ବ୍ୟବହୃତ ତିନୋଟି ଖଣ୍ଡା ଚି଼ଙ୍ଗେରକଟା ରାସ୍ତାର ଏକ ବୁଦାମୂଳରୁ ଉଦ୍ଧାର କରିବା ସହ ବ୍ୟବହୃତ ଗାଡି ମହିନ୍ଦ୍ରା ଏକ୍ସ ୟୁ ଭି 500 OD -03-Q 2445 କୁ ପୁଲିସ ଜବତ କରିଛି । ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅଭିଯୁକ୍ତ ମାନେ ସ୍ୱୀକାର କରିଛନ୍ତି । ସୂଚନା ଯୋଗ୍ୟଯେ ସରପଞ୍ଚ ଶ୍ରୀ ସାହୁ ଗତ ୨୬ ତାରିଖରେ ବ୍ଲକରୁ କାମ ସାରି ନିଜ କାରରେ ଫେରୁଥିବା ବେଳେ ସମସ୍ତ ଅଭିଯୁକ୍ତ ତାଙ୍କୁ ଖଣ୍ଡାରେ ହାଣି ଥିଲେ । ତାଙ୍କ ମୁଣ୍ଡ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି l ବର୍ତ୍ତମାନ ସୁଦ୍ଧା ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି l ଘଟଣା ପରେ ବ୍ଲକ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା l ଅଭିଯୁକ୍ତ  ଅରକ୍ଷିତ ଏବଂ ଆକାଶ ଭଟ୍ଟଙ୍କ ନାମରେ ବଲାଙ୍ଗୀର ଥାନାରେ ମଧ୍ୟ ବିଭିନ୍ନ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ l

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *