ଇଣ୍ଡିଆନଅଏଲ୍ ପାରାଦୀପ ରିଫାଇନରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ପାରାଦୀପ, : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀକୁ ସ୍ମରଣ କରିବା ପାଇଁ, ଇଣ୍ଡିଆନଅଏଲ୍ ପାରାଦୀପ ରିଫାଇନରୀ ଅକ୍ଟୋବର ୩୧ ତାରିଖରେ ଦେଶପ୍ରେମ ଉତ୍ସାହ ଏବଂ ଗର୍ବର ସହିତ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିଛି। ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁ, ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।

ଶ୍ରୀ ବସୁ, ବରିଷ୍ଠ ଅଧିକାରୀ ଏବଂ ସିଆଇଏସଏଫ ଏବଂ ଡିଜିଆର ର ସଦସ୍ୟମାନଙ୍କ ସହିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‘ଭାରତର ଲୌହ ପୁରୁଷ’ – ସର୍ଦାର ବଲ୍ଲଭଭାଇ ପଟେଲ, ଆଧୁନିକ ଭାରତୀୟ ରାଷ୍ଟ୍ର ଗଠନ ପାଇଁ ବିବିଧ ରାଜ୍ୟଗୁଡ଼ିକୁ ଏକତ୍ର କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଷ୍ଟ୍ରୀୟ ଏକତା ଦିବସ, ଏହିପରି ବ୍ୟକ୍ତିତ୍ବଙ୍କୁ ସ୍ମରଣ କରିବାର ଦିନ ଓ ଭାରତର ନାଗରିକମାନଙ୍କ ମଧ୍ୟରେ ଜାତୀୟ ସଂହତି, ଦେଶପ୍ରେମ ଏବଂ ଏକତାର ଆଦର୍ଶକୁ ପ୍ରୋତ୍ସାହିତ କରିବାର ଏକ ଅବସର ଅଟେ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
