ଇଣ୍ଡିଆ ଷ୍ଟାର ଓ୍ଵାଲର୍ଡ ରେକର୍ଡ ରେ ଆଶି ସାମନ୍ତରା, ଶୁଭେଚ୍ଛା ର ସୁଅ
ସୁବର୍ଣ୍ଣପୁର–ତୁଳସୀ ଦୁଇ ପତ୍ର ରୁ ବାସେ l ଯେମିତି କୁନି ଝିଅ ଆଶି ର କ୍ଷେତ୍ରରେ ହୋଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କମସରା ଗ୍ରାମର ପ୍ରମୋଦ ସାମନ୍ତରା ଓ ପ୍ରତିମା ହୋତାଙ୍କ ର ୭ ବର୍ଷ ୧୧ ମାସର ଝିଅ ଆଶି ସାମନ୍ତରା ଇଣ୍ଡିଆ ଷ୍ଟାର ଓ୍ଵାଲର୍ଡ ରେକର୍ଡ ରେ ସ୍ଥାନ ପାଇ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। ଆଶି ଅସାଧାରଣ ସ୍ମରଣ ଶକ୍ତି ର ଅଧିକାରୀଣୀ ହୋଇଥିବାରୁ ଆଶି ଙ୍କ ବାପା ଅନଲାଇନ ପରୀକ୍ଷା ପାଇଁ ଜୁନ ମାସରେ ଆଶି ର ନାମ ପଞ୍ଜୀକରଣ କରିଥିଲେ ଏବଂ ଆଶି ଅନଲାଇନ ପରୀକ୍ଷା ରେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଜୁଲାଇ ୨,୨୦୨୫ ରେ ଏହି ସଫଳତା ଅର୍ଜନ କରିଥିଲେ। ଆଶି ଇଂରାଜୀରେ ଭଲ ଭାଷଣ ଦିଅନ୍ତି। ଆଶି କମସରା ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ରେ ତୃତୀୟ ଶ୍ରେଣୀରେ ପଢୁଥିଲା ବେଳେ ତାଙ୍କର ପ୍ରଖର ସ୍ମରଣ ଶକ୍ତି ରହିଥିବାରୁ ଆଶି ନିଜ ଶ୍ରେଣୀର ପାଠ ଲେଖା ଗୁଡିକ ବହି ନ ଦେଖି ନିର୍ଭୁଲ ଭାବରେ କହି ପାରୁଛନ୍ତି।
ଆଶି ର ବୁଦ୍ଧିମତୀ ଗୁଣ ଯୋଗୁଁ ସେ ଆଗରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରି ଗୌରବ ପୁରସ୍କାର ତଥା ଅନେକ ରେକର୍ଡ ଓ ପୁରସ୍କାର ପାଇଥିବାରୁ ତାଙ୍କ ପିତା, ମାତା, ଗୁରୁଜୀ, ଗୁରୁମା, ବନ୍ଧୁ ବାନ୍ଧବ ତଥା ଅଞ୍ଚଳ ର ଅଧିବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
