ଇଣ୍ଡିଭିଜୁଆଲ୍ କୋଚିଙ୍ଗ ସେଣ୍ଟରରେ ସମ୍ମାନୀତ ହେଲେ ୪ ପ୍ରତିଭା
ବିଜେପୁର :ବରଗଡ ଜିଲ୍ଲା ବିଜେପୁର ବ୍ଲକ ଟେଙ୍ଗେରା ସ୍ଥାନୀୟ ଇଣ୍ଡିଭିଜୁଆଲ୍ କୋଚିଙ୍ଗ ସେଣ୍ଟରରେ ଚଳିତ ବର୍ଷ ବ୍ଲକ ସ୍ତରୀୟ ସାଇନିଙ୍ଗ ଷ୍ଟାର ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ସେଣ୍ଟରର ଚାରିଜଣ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଊପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ସେଣ୍ଟରର ଶିକ୍ଷକ ପ୍ରକାଶ କୁମାର ଯୋଶୀଙ୍କ ସଭାପତିତ୍ବରେ ବିରେନ୍ଦ୍ର ସାହୁ, ସଞ୍ଜୟ ସାହୁ, ମେଘନାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ଓ ସାନନ୍ଦ ମହାନନ୍ଦ ସଭା ପରିଚାଳନା କରିଥିଲେ ।

ସଭାରେ ଶୁଭେଚ୍ଛା ଜ୍ଞପନ ପୂର୍ବକ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି ଓ ପରୀକ୍ଷାରେ ଉତ୍ତମ ନମ୍ବର ରଖିବା କୌଶଳ ଉଦାହରଣ ଓ କ୍ଷୁଦ୍ରଗଳ୍ପ ମାଧ୍ୟମରେ ଶିକ୍ଷକମାନେ ଉପସ୍ଥାପନ କରିଥିଲେ । ବିଜେପୁର ବ୍ଲକର ସାତଜଣ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କୋଚିଙ୍ଗ ସେଣ୍ଟରର ଚାରିଜଣ ଛାତ୍ରଛାତ୍ରୀ – କଟାପାଲି ଗ୍ରାମର ବଳଦେବ ଓ ଦେବଯାନୀଙ୍କ ସୁପୁତ୍ରୀ ଶୃତି ସାହୁ ଏବଂ ଚିତ୍ତରଞ୍ଜନ ଓ ମହିମାଙ୍କ ସୁପୁତ୍ର ରାହୁଲ ସାହୁ, ମହୁଲପାଲି ଗ୍ରାମର ବୃନ୍ଦାବନ ଓ ସାବିତ୍ରୀଙ୍କ ସୁପୁତ୍ର ଗୋବିନ୍ଦ ସାହୁ ଏବଂ ବଡବ୍ରାହ୍ମଣୀ ଗ୍ରାମର କମ୍ବୁପାଣୀ ଓ ହିମାଦ୍ରୀଙ୍କ ସୁପୁତ୍ର ଆଶୁତୋଷ ଖମାରୀ ଏଥିରେ ସୋଭାଗ୍ୟ ପାଇଥିବା ସେଣ୍ଟର ତରଫରୁ ସୂଚନା ଦେଇଛନ୍ତି ।

ଗ୍ରାମାଞ୍ଚଳରେ ପିଲାମାନେ କିପରି ଭଳ ପଢିବେ ସେଥିପାଇଁ ଜସ୍ମୀତା ଯୋଶୀ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ସମେତ ଛଅ ଜଣ ଶିକ୍ଷକଙ୍କ ଏହା ଏକ ଛୋଟିଆ ପ୍ରୟାସ ବୋଲି ଇଂରାଜୀ ଶିକ୍ଷକ ସାନନ୍ଦ ମହାନନ୍ଦ ଏହି ଅବସରରେ ମତ ରଖିଥିଲେ । ସେଣ୍ଟରର କାର୍ଯ୍ୟକାଳ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେପରି ଭାବେ ପାଠପଢା ଚାଲିଛି, ତାହାକୁ ବଜାୟ ରଖିଲେ ଟପ୍ପର୍ ତାଲିକାରେ ଏହି ସେଣ୍ଟରର ଛାତ୍ରଛାତ୍ରୀଙ୍କ ନାମ ପ୍ରତିବର୍ଷ ରହିବ, ଏଥିରେ ସନ୍ଦେହ ନାହିଁ ।
ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
