ଇଫକୋର ପରିଚାଳନା ନିର୍ଦ୍ଦେଶକ ହେଲେ କେ.ଜେ.ପଟେଲ୍

ପାରାଦୀପ: ଦେଶର ସର୍ବବୃହ ସମବାୟଭିିକ ସାର ଉତ୍ପାଦନକାରୀ ସଂସ୍ଥା ଇଣ୍ଡିଆନ୍ ଫାରମର୍ସ କୋଅପରେଟିଭ୍ ଲିମିଟେଡ୍ (ଇଫକୋ)ର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ କେ.ଜେ.ପଟେଲ୍ ନିଯୁକ୍ତି ହୋଇଛନ୍ତି । ଗତ ଜୁଲାଇ ୩୧ ତାରିଖ ଦିନ ଦେଶର ମହାନ ସମବାୟବିତ୍ ଡ. ଉଦୟ ଶଙ୍କର ଅଓସ୍ତିଙ୍କ ଅବସର ପରେ ଶ୍ରୀ ପଟେଲଙ୍କୁ ସେହି ସ୍ଥାନରେ ନିଯୁକ୍ତି ମିଳିଥିବା ନେଇ ଇଫକୋ ପକ୍ଷରୁ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି । ଦୀର୍ଘ ୪୦ ବର୍ଷ ଧରି ଇଫକୋର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ସଫଳତା ହାସଲ କରିଥିବା ଶ୍ରୀ ପଟେଲ୍ ଦେଶର ଅଗ୍ରଣୀ ସାର ଉତ୍ପାଦନକାରୀ ପାରାଦୀପ ୟୁନିଟ୍ର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଇଫକୋକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମର୍ଜ୍ୟାଦାଜନକ ସମ୍ମାନ ମିଳିଥିଲା । ଜଣେ ସଫଳ ଗ୍ରାଜୁଏଟ୍ ଇଂଜିନିୟରରୁ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ପଟେଲ୍ ପାରାଦୀପ ୟୁନିଟ୍ର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ସମୟରେ ପାରାଦୀପର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ନିକଟତର ହୋଇ ପାରିଥିଲେ । ଇଫକୋର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପଟେଲ୍ ଇଫକୋର ବୋର୍ଡ ସଦସ୍ୟ, ସମବାୟ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମଗ୍ର ବିଶ୍ୱରେ ଇଫେକାକୁ ପରିଚୟ ଦେଇଥିବା ଇଫକୋର ବିଦାୟୀ ପରିଚାଳନା ନିର୍ଦ୍ଦେଶକ ତଥା ଦେଶର ମହାନ ସମବାୟବିତ୍ ଡ. ଉଦୟ ଶଙ୍କର ଅଓସ୍ତିଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ପଟେଲ୍ଙ୍କ ମାର୍ଗଦର୍ଶନରେ ଦେଶର କୃଷି ଓ କୃଷକମାନଙ୍କ ବିକାଶରେ ନୂଆ ଆଶାର ଆଲୋକ ଉଦଭାଷିତ ହେବ ବୋଲି ଆଶା କରାଯାଉଛି ବୋଲି ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି ।