July 27, 2025
Home » ଇଫକୋ ଡିଏଭି ସ୍କୁଲ ର ୨oତମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର ଆୟୋଜିତ

ଇଫକୋ ଡିଏଭି ସ୍କୁଲ ର ୨oତମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର ଆୟୋଜିତ

0
WhatsApp Image 2025-07-01 at 8.31.37 PM

ପାରାଦୀପ – ପାରାଦୀପ ସ୍ଥିତ ଇଫକୋ ଡିଏଭି ପବ୍ଲିକ ସ୍କୁଲ ର ୨oତମ ପ୍ରତିଷ୍ଠା ଦିବସ ଇଫକୋ ର କମ୍ୟୁନିଟି ସେଣ୍ଟର ଠାରେ ସୋମବାର ଦିନ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଇଫକୋ ପାରାଦୀପ ୟୁନିଟ ର ମୁଖ୍ୟ ତଥା ନିର୍ଦ୍ଦେଶକ ପି.କେ.ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦୀପ ମହାବିଦ୍ୟାଳୟର ଇଂରାଜୀ ବିଭାଗ ର ମୁଖ୍ୟ ଅଧ୍ୟାପକ ପ୍ରଫେସର ଗଣେଶ୍ୱର ପାତ୍ର ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ l ଡିଏଭିସ୍କୁଲ ର ଅଧ୍ୟକ୍ଷ ସମ୍ବିତ ସୁକୁମାର ଚିନାରା ଙ୍କ ସ୍ୱାଗତ ଭାଷଣ ପରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା l ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ପ୍ରେରଣାଦାୟକ ଭାଷଣରେ ଉଲ୍ଲେଖ କରିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଶଂସା ଏବଂ ଉତ୍ସାହ ଆବଶ୍ୟକ । ସେ ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଅକ୍ଳାନ୍ତ ପ୍ରୟାସ, ସଫଳତା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ ଓ ସେମାନଙ୍କୁ ଗଢ଼ି ତୋଳିବା ପାଇଁ ଶିକ୍ଷକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ପାତ୍ର ତାଙ୍କ ଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଜୀବନରେ ଉନ୍ନତି ପାଇଁ ଏବଂ ଲକ୍ଷ୍ୟ ହାସଲ ପାଇଁ ପ୍ରେରଣା ଓ ଉତ୍ସାହ ଆବଶ୍ୟକ ଏବଂ ଦକ୍ଷତା ବିକାଶ ପାଇଁ ପ୍ରୟାସ ଉଦ୍ଦେଶ୍ୟମୂଳକ ହେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଫକୋର ପ୍ରଥମ ମହିଳା ସୁପ୍ରିୟା ମହାପାତ୍ର, ଜେଜିଏମ (ଏଫ୍ ଆଣ୍ଡ ଏ) ଡି.ନାୟକ, ଚିଫ୍ ମ୍ୟାନେଜର (ପି ଆଣ୍ଡ ଏ) ବିଜୟ କୁମାର ପରିଡା, ଇଫକୋ ଡିଏଭି ସ୍କୁଲ ଅଧ୍ୟକ୍ଷ ସମ୍ବିତ ସୁକୁମାର ଚିନାରା,ପିପିଏଲ ଡିଏଭି ସ୍କୁଲ ଅଧ୍ୟକ୍ଷ ସଞ୍ଜିବ କୁମାର ସାହୁ,ପିପିଟି ଡିଏଭି ସ୍କୁଲ ର ଅଧ୍ୟକ୍ଷା ବିନ୍ଦୁଶ୍ରୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଫକୋ ପାରାଦୀପ ୟୁନିଟର ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୁମଧୁର ସ୍ୱାଗତ ସଂଗୀତ, ମନୋରମ ନୃତ୍ୟ ଏବଂ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମକୁ ଏକ ଉଲ୍ଲେଖନୀୟ ରଙ୍ଗ ପ୍ରଦାନ କରିଥିଲା l ସେହିପରି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଯେଉଁଠାରେ ଅସହାୟ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ମୋଟ ୭୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ସ୍କୁଲ ର ଅଧ୍ୟକ୍ଷ ସମ୍ବିତ ସୁକୁମାର ଚିନାରା ସମସ୍ତ ବ୍ୟକ୍ତିଙ୍କୁ ସେମାନଙ୍କର ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇଥିଲେ। ପରମ୍ପରା ଅନୁଯାୟୀ, ଶିକ୍ଷକ ମନୋଜ କୁମାର ଜେନା ସମସ୍ତ ଅତିଥି ଏବଂ ଦର୍ଶକଙ୍କୁ କାର୍ଯ୍ୟକ୍ରମକୁ ସଫଳତା ପାଇଁ ସେମାନଙ୍କର ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇଥିଲେ। ଡକ୍ଟର କେଶବ ଚନ୍ଦ୍ର ଶତପଥୀ, ଆଞ୍ଚଳିକ ନିର୍ଦ୍ଦେଶକ, ଡିଏଭି ଅନୁଷ୍ଠାନ, ଓଡ଼ିଶା ଜୋନ୍ ଏବଂ ଡକ୍ଟର ସୁଜାତା (ଆର୍ ଓ), ଡିଏଭି ଅନୁଷ୍ଠାନ, ଓଡ଼ିଶା ଜୋନ୍ ସି, କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଶୁଭେଚ୍ଛା ଜଣାଇଥିଲେ। ସମସ୍ତ ନିମନ୍ତ୍ରିତ ଏବଂ ପରିଦର୍ଶକଙ୍କ ପ୍ରଶଂସା ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *