ଇଫକୋ ପାରାଦୀପ ୟୁନିଟ୍ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ପାରାଦୀପ : ପାରାଦୀପଠାରେ ଥିବା ବିଶ୍ୱର ସର୍ବବୃହତ ସମବାୟଭିତିକ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସମାରୋହରେ ଇଫକୋର ପରିଚାଳନା ନିର୍ଦ୍ଦେଶକ କେ.ଜେ.ପଟେଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏସଆଇଏସ୍, ଡିଏଭି ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରି ଶ୍ରୀ ପଟେଲ୍ ଦେଶରେ ସାର ଆବଶ୍ୟକତାର ୨୦ ପ୍ରତିଶତ ଇଫକୋ ଯୋଗାଉଥିବା କହିଥିଲେ ।ଇଫକୋର ୫ ଗୋଟି ୟୁନିଟ୍ ଦେଶର କୃଷକମାନଙ୍କ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଇଫକୋ କୃଷକମାନଙ୍କ ନିକଟରତ ହୋଇ ମୁର୍ତ୍ତିକା ପରୀକ୍ଷଣ କରି ଜମି ଆବଶ୍ୟକ କରୁଥିବା ସାର ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛନ୍ତି । ଆଜି ଦେଶର କୃଷକମାନଙ୍କର ଏକ ନମ୍ବର ସାର ଉତ୍ପାନକାରୀ ସଂସ୍ଥା ଭାବେ ବିଶ୍ୱାସଭାଜନ ହୋଇପାରିଛି । ପାରାଦୀପ ୟୁନିଟ୍ର ମୁଖ୍ୟ ପି.କେ.ମହାପାତ୍ରଙ୍କ ତତ୍ୱାବଧାନରେ ଇଫକୋ ଭଲ କାମ କରୁଥିବା ନେଇ ଶ୍ରୀ ପଟେଲ୍ କହିଥିଲେ । ପାରାଦୀପ ୟୁନିଟ୍ ନିଜର ଦକ୍ଷତା ବୃଦ୍ଧି କରି ଏକ ସ୍ୱତନ୍ତ୍ର ଉତ୍ପାଦନକାରି ସଂସ୍ଥା ହୋଇପାରିଛି । ଇଫକୋ ଦ୍ୱାରା ପ୍ରସ୍ତୁତ ଇଫକୋ ନାନୋ ୟୁରିଆ ଓ ନାନୋ ଡିଏପି ଏକ ଯୁଗାନ୍ତକାରୀ ଉତ୍ପାଦନ ଭାବେ ସମଗ୍ର ଦେଶରେ କୃଷକମାନଙ୍କର ସହାୟକ ହୋଇ ପାରିଛି ।

ଏହାର ଉପଯୋଗ ଦ୍ୱାରା ପରିବେଶ ପ୍ରଦୁଷଣର ମାତ୍ରା କମ୍ ହେଉଛି । ବିପର୍ଯ୍ୟୟ ସମୟରେ ଇଫକୋ ସବୁଠୁଁ ଆଗରେ ଠିଆ ହୋଇ ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି ବୋଲି ଶ୍ରୀ ପଟେଲ କହିଥିଲେ । ଏହି କାର୍ଯ୍ୟକ୍ରମରେ ଇଫକୋର ପ୍ରଥମ ମହିଳା ମମତା ପଟେଲଙ୍କ ସମେତ ଇଫକୋ ଅଧିକାରୀ ସଂଘ ସଭାପତି ସୁଶାନ୍ତ କୁମାର ଜେନା, ସାଧାରଣ ସମ୍ପାଦକ ସତ୍ୟଜିତ ଖୁିଆ, ଇଫକୋ କର୍ମଚାରୀ ସଂଘ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ତୃପ୍ତି ରଂଜନ ପୁହାଣ ଉପସ୍ଥିତ ଥିଲେ । ଇଫକୋ ଟାଉନସିପ୍ର ଅନ୍ତେବାସୀ ବହୁ ସଂଖ୍ୟାରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଡେପୁଟି ମ୍ୟାନେଜର ବି.କେ.ପରିଡା ।
paradeep ru prasanta dash nka report epa news
