ଇସଲାମିକ ଧର୍ମଗୁରୁ ମହମ୍ମଦଙ୍କ ଜନ୍ମଦିନ ଜସ୍ନେ ମିଲାଦ ଉନ୍ ନବୀ ଆଡମ୍ବର ସହିତ ପ୍ରତିପାଳିତ

ଧର୍ମଗଡ ମସଜିଦ ଏ ତାଜୁଶ୍ଶରିଆ ମୁସଲିମ ଜମାତ୍ ଦ୍ଵାରା ଜମାତ୍ ର ସଭାପତି ରଫିଉଦ୍ଦିନ ଖାନଙ୍କ ଅଗୁବାଇ ରେ ଜସ୍ନେ ମିଲାଦୁନ ନବୀ ,ଧର୍ମଗୁରୁ ମହମ୍ମଦଙ୍କ ଜନ୍ମଦିନ ଆଡମ୍ବରସହ ପାଳିତ ହୋଇଛି।
ମସଜିଦ ପରିସର ରୁ ତିନିଛକ ଧର୍ମଗତ ପର୍ୟ୍ୟନ୍ତ ଏକ ବିଶାଳ ଜୁଲୁସ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବରେ ରାଷ୍ଟ୍ରୀୟ ତିରଙ୍ଗା ପତାକାର ସହିତ ବିଭିନ୍ନ ପ୍ରକାର ର ଇସଲାମିକ ଝଣ୍ଡା ଓ ଧର୍ମଗୁରୁ ମହମ୍ମଦଙ୍କ ଗୁଣଗାନ ସହିତ ଅବତରଣ କରିଛି।
ଏକ ଶାନ୍ତି ଜୁଲୁସ ଶୃଙ୍ଖଳିତ ଭାବେ ପରିଚାଳିତ ସହରର ଜନ ସାଧାରଣଙ୍କ ସହଯୋଗ ଓ ବିଶେଷ କରି ଧର୍ମଗଡ ଜଗନ୍ନାଥ ସେବା ସମିତି ଦ୍ବାରା ମୁସଲିମ ଶ୍ରଦ୍ଧାଳୁ ମାନଙ୍କୁ ସସମ୍ମାନେ ଥଣ୍ଡା ପେୟ ଓ ମିଷ୍ଟାନ୍ନ ବଣ୍ଟନ ଦ୍ଵାରା ସ୍ବାଗତ କରାଯାଇଛି।
ହିନ୍ଦୁ ମୁସଲିମ ଙ୍କ ଭାଇଚାରା ର ଏକ ଅନୁଠା ମିସାଲ କାୟମ କରି ଜଗନ୍ନାଥ ସେଵା ସମିତିର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ,ଧର୍ମଗଡ ସହରରେ ପୂର୍ବବତ୍ ହିନ୍ଦୁ ମୁସଲିମ ଭାଇଚାରା ଜାରି ରଖିବା ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ମସଜିଦ ର ମୌଲାନା ନିୟାଜ୍ ମହମ୍ମଦ ଧର୍ମଗୁରୁଙ୍କ ଜୀବନୀ ର ଚର୍ଚ୍ଚା ମାଧ୍ୟମରେ ମହମ୍ମଦଙ୍କ ବିଶ୍ଵର ମାନବ ସମାଜ ପ୍ରତି ଶାନ୍ତି ଅହିଂସା ଓ ସଦଭାବନା ବଜାୟ ରଖିବା ପାଇଁ ସନ୍ଦେଶ ପ୍ରଦାନ କରିଥିଲେ ଓ ସମଗ୍ର ଭାରତ ବର୍ଷ ର ଅଖଣ୍ଡତା ଓ ସଦଭାବନା ଜାରି ରଖିବା ପାଇଁ ମୁସଲିମ୍ ସମାଜ ସର୍ବଦା ଅଗ୍ରସର ହେବା ପାଇଁ ଅଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଧର୍ମଗଡ ପୋଲିସ ପ୍ରଶାସନ ଓ ଜନସାଧାରଣ ସହଯୋଗୀ ଉକ୍ତ ପର୍ବ କୁ ସୁରୁଖୁରୁରେ ସମ୍ପନ୍ନ ହେଇଥିବା ଯୋଗୁଁ ମୁସଲିମ ଜମାତ୍ ସଭାପତି ଶ୍ରୀ ରଫିଉଦ୍ଦିନ୍ ଖାଁ ସମସ୍ତଙ୍କୁ ଆଭାର ଓ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।
kalahandi epa ru ବିଦ୍ୟାଧର ସାହୁଙ୍କ ରିପୋର୍ଟ….