July 2, 2025
Home » ଇସ୍କନ ରାୟଗଡ଼ା (ଇନ୍ଦିରା ନଗର) ଦ୍ବାରା ପବିତ୍ର ଗୌରପୂର୍ଣିମା ମହୋତ୍ସବ ୨୦୨୫ ପାଳିତ

ଇସ୍କନ ରାୟଗଡ଼ା (ଇନ୍ଦିରା ନଗର) ଦ୍ବାରା ପବିତ୍ର ଗୌରପୂର୍ଣିମା ମହୋତ୍ସବ ୨୦୨୫ ପାଳିତ

0
WhatsApp Image 2025-03-15 at 4.42.18 PM

ପବିତ୍ର ଗୌରପୂର୍ଣିମା ମହୋତ୍ସବ ୨୦୨୫ ପାଳନ ଅବସରରେ ଇସ୍କନ ରାୟଗଡ଼ା (ଇନ୍ଦିରା ନଗର) ୫ମ ଲାଇନ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀମାନ ଗୌରଙ୍ଗା ମହାପ୍ରଭୁ (ଶ୍ରୀ ଚୈତନ୍ୟ) ମହାବଦାନ୍ୟ ଅବତାର ଏହି ଅବସରରେ ୧୪-୦୩-୨୦୨୫ (ଶୁକ୍ରବାର) ସକାଳ ୮ ଘଟିକା ସମୟରେ ନଗର କୀର୍ତ୍ତନ ସହ ଆରମ୍ଭ ହୋଇ କୀର୍ତ୍ତନ ମେଳା,ମଧ୍ୟାହ୍ନ ଆରତୀ ,ଗୌର କଥା ,ଅଭିଷେକ ଗୌର ନିତାଇ ପରେ ସନ୍ଧ୍ୟା ଘ.୦୬.୩୦ ମହା ଆରତୀ ସହ ପ୍ରସାଦସେବନରେ ସମପିତ ହୋଇଥିଲା । ସେହିପରି ୧୫:୦୩:୨୦୨୫ (ଶନିବାର) ଦିନ ସକାଳ ଘ. ୭.୩୦ ମି. ସମୟରେ
ଗୁରୁ ପୂଜା,ଗୌର କଥା ସହ ଜଗନ୍ନାଥ ମହୋତ୍ସବ କାର୍ଯ୍ୟକ୍ରମ ସହ ସନ୍ଧ୍ୟା ସମୟରେ ଭକ୍ତଙ୍କ ଆଗମନ ହୋଇଥିଲା ।
ଉକ୍ତ ଉତ୍ସବ ରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର, ଗୁଣପୁର,ଆମ୍ବଡ଼ାଳ,ରମ୍ନଗୁଦ,କେଡିଂପୂର୍ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଇସ୍କନ ପକ୍ଷରୁ ଭକ୍ତ ବୃନ୍ଦଙ୍କ ସକାଶେ ସମସ୍ତ ପ୍ରକାର ସୁବିଧା କରାଯାଇଥିଲା ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *