March 13, 2025
Home » ଇସ୍ରୋ ଯିବ କେନ୍ଦୁଝରିୟା ଝିଅ ଭବାନୀ

ଇସ୍ରୋ ଯିବ କେନ୍ଦୁଝରିୟା ଝିଅ ଭବାନୀ

0

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧୀନରେ ଥିବା ଲଇଡାପଦା ପଞ୍ଚାୟତ ଅଧିଷ୍ଠିତ ଆଦିବାସୀ ଅଞ୍ଚଳ ରେ ବଣ ମଲ୍ଲୀ ବଣ ରେ ମଉଳି ଯାଇଛି । ଓଡ଼ିଶାରେ କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ହେଇଥିବା ବେଳେ ବହୁ ପ୍ରତିଭାବାନ ଛାତ୍ର ଛାତ୍ରୀ ଦିନକୁ ଦିନ ସେମାନଙ୍କ ପ୍ରତିଭା ସାରା ଓଡ଼ିଶାରେ ନିଜ ପରିଚୟ ଦେଇଛନ୍ତି । ସେହିପରି ହେଲେ କପାଳ ଲିଖନ କେ କରିବ ଆନ ଭଳି ବଣ ମଲ୍ଲୀ ବଣରେ ହିଁ ମଉଳି ଯାଉଛି କିନ୍ତୁ ବାସ୍ତବ ରେ ତାହା ଉଦ୍ଧାରଣ ସ୍ୱରୂପ ଦେଖିବାକୁ ମିଳିଛି କାଟେସାହି ଶିଶୁ ବିଦ୍ୟା ମନ୍ଦିର ନବମ ଶ୍ରେଣୀ ଛାତ୍ରୀ ଭବାନୀ ବାଙ୍କୁଳା ଜ୍ୟୋତି ବିଜ୍ଞାନୀ ପ୍ରତିଭା ପୁରସ୍କୃତ ହୋଇ କେନ୍ଦୁଝର ଜିଲ୍ଲା ନାଁ ରୋଷଣ କରିବା ସହିତ ବାପା ହରିହର ବାଙ୍କୁଳା ଓ ମାଆ ଲୀଳାବତୀ ବାଙ୍କୁଳା ତାଙ୍କ ବାପା ମାଙ୍କ ନାଁ ରୋଷଣ କରିଛି ।ଏହି ଭଲି ପ୍ରତିଭା ପାଇଁ ଛାତ୍ର ଓ ଛାତ୍ରୀ ।କାଟେସାହି ଶିଶୁ ବିଦ୍ୟା ମନ୍ଦିର ନାଁ ରୋଷଣ ମଧ୍ୟ ହୋଇଛି।ଗୁରୁଜୀ ଓ ଗୁରୁମା ଏଭଳି ଛାତ୍ରୀ, ଛାତ୍ର ମାନଙ୍କ ପାଇଁ ଜଣେ ଅସାଧାରଣ ରୁ ସାଧାରଣ ଅନ୍ଧ ର ଲଉଡି ଭଳି ବିଦ୍ୟମାନ ହୋଇଛନ୍ତି ଲଇଡାପଦା ପଞ୍ଚାୟତ ର ଜଣେ ପ୍ରତିଭା ଛାତ୍ରୀ କେନ୍ଦୁଝର ଜିଲ୍ଲା ଗୌରବ ଆଣିଛନ୍ତି।ଭାବାନୀ ବାକୁଳା ଜ୍ୟୋତି ବିଜ୍ଞାନୀ ପ୍ରତିଭା ପୁରସ୍କୃତ ପାଇଁ ଅଞ୍ଚଳ ବାସି ଭୁରିଭୂରି ପ୍ରଶଂସା କରିଛନ୍ତି ।ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣର (ୟ୍ୟାଟ୍‌ସ) ୧୮ତମ ସମାରୋହ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଓଡ଼ିଶାର ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୩ଟି ଜିଲ୍ଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ ପାଇଁ ଇସ୍ରୋ ପରିଦର୍ଶନରେ ଯିବେ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଲୋଇଡା ପଦା ପଞ୍ଚାୟତ କାଟେସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଭବାନୀ ବାଙ୍କୁଳା ଜ୍ୟୋତି ବିଜ୍ଞାନୀ ପ୍ରତିଭା ପୁରସ୍କୃତ ପାଇଁ ଅଞ୍ଚଳ ବାସି ଗୁରୁଜୀ ଓ ଗୁରୁମା, ବୁଦ୍ଧିଜୀବୀ ମହଲରେ ଭରପୁର ପ୍ରଶଂସା କରିଛନ୍ତି।

ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *