July 1, 2025
Home » ଉକ୍ତଳ ସାମ୍ବାଦିକ ସଙ୍ଘ ରାୟଗଡା ସାଖା ସମ୍ପାଦକ,ରାଜୀବ ଲୋଚନ ପଣ୍ଡା(୪୭)ଙ୍କ ମୃତ୍ୟୁ

ଉକ୍ତଳ ସାମ୍ବାଦିକ ସଙ୍ଘ ରାୟଗଡା ସାଖା ସମ୍ପାଦକ,ରାଜୀବ ଲୋଚନ ପଣ୍ଡା(୪୭)ଙ୍କ ମୃତ୍ୟୁ

0
WhatsApp Image 2025-05-06 at 3.51.01 PM

ଉକ୍ତଳ ସାମ୍ବାଦିକ ସଙ୍ଘ ରାୟଗଡା ସାଖା ସମ୍ପାଦକ,ରାଜୀବ ଲୋଚନ ପଣ୍ଡା(୪୭)ଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ଏପ୍ରେଲ ୩୦ ତାରିଖ ସାକାଳ ୧୧ ଘଟିକା ସମୟରେ ରାୟଗଡା ଜିଲ୍ଲା ସ୍ତିତ କୋଲନର ନିକଟରେ କାର ଦୁର୍ଘଟଣା ହୋଇଥିଲା। ସେ ତାଙ୍କ କାର ନିଜେ ଚଳାଇ ଯାତ୍ରା କରିବା ବେଳେ ରକ୍ତଚାପ ବଢିଯିବ ଫଳରେ ବ୍ରେଇନ ଷ୍ଟ୍ରୋକ ହେଇଥିଲା ଏବଂ ତାଙ୍କ ଗାଡ଼ିଟି ରାସ୍ତା ପାର୍ଶ୍ବରେ ଏକ ଗାତରେ ଖସିଯାଇଥିଲା। ଘଟଣାସ୍ଥଳରୁ ତାଙ୍କୁ ପ୍ରଥମେ ତାଙ୍କୁ ରାୟଗଡାରେ ପ୍ରାଥମିକ ଉପଚାର ପରେ ଜଟିଳ ଅବସ୍ଥାରେ ତାପରେ ବ୍ରହ୍ମପୁର ଓ ଏପ୍ରିଲ ୦୧ ତାରିଖରେ ଭୁବନେଶ୍ୱର ମନିପାଳ ସ୍ଥାନାନ୍ତର କରାଯାଇଥିଲା,। ଗତକାଲି ୫/୫/୨୫ ତାରିଖରେ ତାଙ୍କ ମୁଣ୍ଡରେ ଅସ୍ତ୍ରପ୍ରଚାର ମଧ୍ୟ୍ୟ କରାଯାଇଥିଲା। କିନ୍ତୁ ଗତକାଲି ବିଳମ୍ଭିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ବରଣ ଘଟିଥିଲା। ମୃତ୍ୟୁବରଣ କରିବା ସମୟରେ ପାଖରେ ତାଙ୍କ ସ୍ତ୍ରୀ,ପୁଅ ଓ ଝିଅ ସମେତ ପରିବାର ବର୍ଗ ଥିଲେ । ତାଙ୍କ ସଂପର୍କୀୟମାନେ କହିବା ଅନୁଯାୟୀ ମସ୍ତିଷ୍କ ଭିତରେ ଏକ ସୁକ୍ଷ୍ମ ତନ୍ତୁ ଫାଟି ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ହୋଇଥିଲା । ଆଜି ୦୬/୦୫/୨୫ ତାରିଖ ସନ୍ଧ୍ୟା ୦୫ ଘଣ୍ଟିକ ସମୟରେ ତାଙ୍କ ମର ଶରୀର ପହଞ୍ଚିବା ପରେ ସମସ୍ତ ସାମ୍ବାଦିକ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମେତ ଅନ୍ୟ ସବୁ ଯୋଗ ଦେଇଥିଲେ । ତାପରେ ରାୟଗଡା ସ୍ଥିତ ବ୍ରାହ୍ମଣସାହି ସ୍ଵାସନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ରାଜୀବ ଲୋଚନ ପଣ୍ଡା (୨୫/୫/୭୮-୫/୫/୨୫) ଏକ ମେଳାପୀ ଓ ସ୍ମିତ ହାସ୍ୟର ସହ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ସେ କାର୍ଯ୍ୟରତ ସାମ୍ବାଦିକତା କରିବା ସହ ସେ ଏଲଆଇସି ଏଜେଣ୍ଟ ଏବଂ ରିଏଲ୍ ଇଷ୍ଟେଟ୍ ବ୍ୟବସାୟରେ ମଧ୍ୟ ଜଡିତ ଥିଲେ । ଏଥି ସହ ରାୟଗଡା ପ୍ରେସ ୟୁନିଅନର ଜଣେ ସକ୍ରିୟ ସଦସ୍ୟ ରହିଥିବା ବେଳେ ଏକ ସକ୍ରିୟ ସଦସ୍ୟଙ୍କୁ ହରାଇ ଥିବାରୁ ୟୁନିଅନ ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି । ବୁଧୁବାର ଦିନ ସକାଳ ୦୯ ଘଣ୍ଟିକ ସମୟରେ ରାୟଗଡ଼ା ସାମ୍ବାଦିକମନଙ୍କ ଦ୍ଵାରା ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଥିଲା।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *