July 4, 2025
Home » ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରିବା ନିମନ୍ତେ କାର୍ଯ୍ୟକ୍ରମ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରିବା ନିମନ୍ତେ କାର୍ଯ୍ୟକ୍ରମ

0
WhatsApp Image 2024-10-21 at 8.31.19 PM

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ କରିବା ସହ ସଂସଦ ଭବନ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନା ତଥା ଫଟୋଚିତ୍ର ସ୍ଥାପନା ନିମନ୍ତେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ ଙ୍କୁ ସାକ୍ଷାତ କରି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏଥିନିମନ୍ତେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ୟୁନିଟେକ ମହାବିଦ୍ୟାଳୟ ସଭାଗୃହ ରେ ଏକ କାର୍ଯ୍ୟକ୍ରମ ନୟାଗଡ଼ ଶାଖା ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁସୂଦନ ଦାସ ଙ୍କ ଭୂମିକା ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଚାରକ ଭାବେ ସୁଦର୍ଶନ ପ୍ରଧାନ,ନିରଂଜନ ନାୟକ,ଜ୍ଞାନ ପ୍ରକାଶ ବାରିକ ଯୋଗଦେଇଥିବା ବେଳେ ବିଶ୍ୱକଲ୍ୟାଣ ତ୍ରିପାଠୀ,ଦେବୀପ୍ରସାଦ ନନ୍ଦ ଓ ପ୍ରାଞ୍ଜଳ ପରିମିତା ପରିଡା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାଚକ୍ର ରେ ବକ୍ତା ଭାବେ ପ୍ରଦୀପ କୁମାର ସାହୁ, ସୁଜାତା ତ୍ରିପାଠୀ, ଗୋକୁଳ କୁମାର ଷଡଙ୍ଗୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନ, କୃତି ଓ କୀର୍ତ୍ତି ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଥିବା କବି ରଂଜନ ରଶ୍ମି ଜେନା,ପ୍ରବାସିନୀ ବରାଡ କବିତା ଆବୃତ୍ତି କରିଥିବା ବେଳେ ସଂଯୋଜକ ତଥା କଥାକାର ଗୋପୀନାଥ ସେଠୀ ଗଳ୍ପ ପାଠ କରିଥିଲେ। ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବିମାନେ ଯୋଗ ଦେଇ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ ଅଭିଯାନରେ ସାମିଲ ହୋଇଥିଲେ। ନୟାଗଡ଼ ଶାଖା ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ସହ ପ୍ରାଧ୍ୟାପକ କେ ଦଣ୍ଡପାଣି ପାତ୍ର।

ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *