July 16, 2025
Home » ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମ ତିଥି ରାୟଗଡ଼ ଓକିଲ ସଂଘ ଦ୍ଵାରା ପାଳିତ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମ ତିଥି ରାୟଗଡ଼ ଓକିଲ ସଂଘ ଦ୍ଵାରା ପାଳିତ

0
WhatsApp Image 2025-04-28 at 10.19.27 PM

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମ ତିଥି ଅବସରରେ ରାୟଗଡ଼ ବିଚାର ବିଭାଗ ଅଦାଲତ ପରିସରରେ ତା. ୨୮.୦୪.୨୦୨୫ ରିଖ (ସୋମବାର)ଦିନ ଓକିଲ ଦିବସ ମହାସମାରୋହରେ ପାଲିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ୦୮ ଘଣ୍ଟିକ ସମୟରେ ରାୟଗଡ଼ ଓକିଲ ସଂଘର ସଗପତି ଏବଂ ସମସ୍ତ ଆଇନଜୀବୀଙ୍କ ଦ୍ବାରା ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିସହ ରାୟଗଡ଼ ଓକିଲ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସନ୍ଧ୍ୟା ଘ.୭.୦୦ମି ମୁଖ୍ୟ ଅତିଥି ଶ୍ରୀ ସତ୍ୟ ନାରାୟଣ ଷଢଙ୍ଗୀ ମାନ୍ୟବର ଜିଲ୍ଲା ଦୌରାଜଜ, ରାୟଗଡ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥିଗଣଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ପରେ ପରେ ଅତିଥିଗଣଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି “ବନ୍ଦେ ଉତ୍କଜନନୀ” ପ୍ରାରମ୍ଭିକ ସଙ୍ଗୀତ ଗାନ ସହ ଅତିଥି ମାନଙ୍କ ସମ୍ବନ୍ଧ ସମ୍ୟକ ସୂଚନା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ରାୟଗଡ଼ ଓକିଲ ସଂଘର ସଭାପତି ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ପ୍ରାରମ୍ଭିକ ତାଙ୍କ ଅଭିଭାଷଣ ରଖିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ପୀତବାସ ପଣ୍ଡା,ସଦସ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ଓଡିଶା., ସମ୍ମାନୀତ ଅତିଥି ଭାବେ ଶ୍ରୀ ପି.ରମେଶ ପାତ୍ର, ସଦସ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ଓଡିଶା ଯୋଗ ଦେଇ ମଧୁବାବୁଙ୍କ ତ୍ୟାଗ ,ସ୍ଵତନ୍ତ୍ର ଅବଦାନ ,ବଳିଦାନ ପାଇଁ ଓଡ଼ିଶା ରାଜ୍ୟ ଗଠନ ହୋଇପାରିଥିଲା ବେଳେ ତାଙ୍କ ଆଇନଜୀବୀ କାର୍ଯ୍ୟକାଳ ସମୟରେ ତାଙ୍କର ଅବଦାନ ପ୍ରତି ଆଇନଜୀବୀଙ୍କୁ ଅନୁପ୍ରାଣିତ କରିବା ସହ ନୂତନ ପିଢ଼ିକୁ ପ୍ରେରିତ କରିବ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହାପରେ ପରେ ଅତିଥିଙ୍କୁ ଦ୍ଵାରା ଆଇନଜୀବୀ କ୍ଷେତ୍ରରେ ୫୦ ବର୍ଷରୁ ଉର୍ଦ୍ଧ୍ଵ ପୁରାଣ କରିଥିବା ଆଇନଜୀବୀ କିଶୋର କୁମାର ଠାକ୍ରେ, କେସିହେଚଜିଏସ କୁମୁନ୍ଦନ,ମହେଶ୍ୱର ମହାପାତ୍ର ନାମକ ତିନିଜଣ ସ୍ଥାନୀୟ ଆଇନଜୀବିଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ମାନିତ କରାଯାଇଥିଲା । ସେହିପରି ଅତିଥିଙ୍କୁ ଦ୍ଵାରା ୨୫ ବର୍ଷରୁ ଉର୍ଦ୍ଧ୍ଵ ପୁରାଣ କରିଥିବା ସାନା ଜଗଦୀଶ , କେ କେ ସାହୁ, ପି ଜଗନ୍ ମୋହନ,ଜି.ସାଇ ପ୍ରସାଦ, ଆର ଆର ଖୋଟୁଆ, ଶ୍ରୀମତୀ ନିର୍ମଳା ରାଜୁ, ବି ପି ପାତ୍ର ନାମକ ଏହି ସାତଜଣ ସ୍ଥାନୀୟ ଆଇନଜୀବିଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ମାନିତ କରାଯାଇଥିଲା । ପରିଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ରାୟଗଡ଼ା ବାର ଆସୋସିଏସନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟବୃନ୍ଦ ସହଯୋଗରେ ସଫଳପ୍ରଦ ହୋଇପାରିଥିଲା ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *