February 4, 2026
Home » ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ, ବାସସ୍ଥାନ ଇଟାମାଟି ଠାରେ ପାଳିତ

ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ, ବାସସ୍ଥାନ ଇଟାମାଟି ଠାରେ ପାଳିତ

0
1000882837

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 6125; AI_Scene: (-1, -1); aec_lux: 194.19247; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 36;

ନୟାଗଡ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ତାଙ୍କ ବାସସ୍ଥାନସ୍ଥ ପଞ୍ଚାୟତ ପଡ଼ିଆରେ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବ ଇଟାମାଟିଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟସୂଚୀ ପ୍ରକାରେ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ, ବକ୍ତୃତା, କଣ୍ଠ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।କବିତା ପାଠୋତ୍ସବ ରେ ସଭାପତିତ୍ବ କରିଥିଲେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ ।ସମ୍ମାନୀତ ଅତିଥି ଥିଲେ, ନାଟ୍ୟକାର,ଅନୁବାଦକ,ନିର୍ଦେଶକ କବି,ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ,ନାଟ୍ୟକାର,କବି,ଲେଖକ ଗୋଦାବରୀଶ ମିଶ୍ର ଓ ନିର୍ମଳ ଚନ୍ଦ୍ର ଶୁରଦେୱ ।ସଂଯୋଜନା କରିଥିଲେ ଅଧ୍ୟାପିକା ନିଳୀମା ନନ୍ଦ ଓ ହରପ୍ରିୟା ଦ୍ବିବେଦୀ ।ପରିଚାଳନା କରିଥିଲେ ରୋହନ ମହାପାତ୍ର ଯିଏ ହେଉଛନ୍ତି ଯଦୁମଣି ମହାପାତ୍ରଙ୍କର ପଣ ନାତି, ନିର୍ଦ୍ଦେଶକ “ବୀର କଳିଙ୍ଗ” ଓ ଦିଲୀପ କୁମାର ସାହୁ ସଂପାଦକ “ନିକୁଲ” ।

କଣ୍ଠ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ପରେ ସନ୍ଧ୍ୟା ୫ ଘଟିକାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା ।ସ୍ମୃତି ସଭାକୁ ପ୍ରଭୁ ଜଗନ୍ନାଥ ଓ ଯଦୁମଣିଙ୍କ ତୈଳଚିତ୍ର ଓ ଯଦୁମଣି,ମହାତ୍ମା ଗାନ୍ଧୀ ଏବଂ ଗୋପବନ୍ଧୁ ଦାସଙ୍କ ମୂର୍ତ୍ତିରେ ନିକଟରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ବିଶିଷ୍ଠ ଅତିଥି ଓ ସଭାପତିଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ ବିଧାୟକ ଡ.ଅରୁଣ କୁମାର ସାହୁ ।ଏହି ସ୍ମୃତି ସଭାରେ ସଭାପତିତ୍ବ କରିଥିଲେ ଅଶୋକ କୁମାର ନାୟକ ଶିକ୍ଷାବିତ୍ ତଥା କବି ଯଦୁମଣି କ୍ଳବର ସଭାପତି, ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଡ଼ାକ୍ତର ଆଶୁତୋଷ ପ୍ରସାଦ ମିଶ୍ର ଜଗନ୍ନାଥ ସଂସ୍କୃତି ଗବେଷକ, ବିଶିଷ୍ଟ ଅତିଥି ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସମ୍ମାନିତ ଅତିଥି ରଶ୍ମି ରଞ୍ଜନ ଶତପଥି ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଯଦୁମଣି ମହାପାତ୍ରଙ୍କ ଜୀବନୀ, ବ୍ୟଙ୍ଗ କବି, ସୁସାହିତ୍ୟିକ, ଉତ୍କଳ ଘଣ୍ଟର ନାମକରଣ ଓ କିପରି ଦାରିଦ୍ର୍ୟତାକୁ ଭ୍ରୁକ୍ଷେପ ନକରି ସତ ବାଟରେ କାର୍ଯ୍ୟ କରୁଥିଲେ ଓ ନିଜର ପାଣ୍ଡିତ୍ୟ ମାଧ୍ୟାମରେ ରାଜାଙ୍କୁ ମଧ୍ୟ ସତ୍ ବାଟରେ ପରିଚାଳିତ କରି ସମାଜର ମଙ୍ଗଳ କରୁଥିବା ଉଦାହରଣ ଦେଇ ବୁଝାଇଥିଲେ । ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି, ବିଶିଷ୍ଟ ଅତିଥି କବି ଯଦୁମଣିଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ସାହିତ୍ୟ ଓ ବ୍ୟଙ୍ଗକବିତା,ହାସ୍ୟରସାତ୍ମକ ବକ୍ତବ୍ୟ, ଗଠନ ମୂଳକ ସମାଲୋଚନା, ଶାସକ,ପ୍ରଶାସକ ଓ ଜନସାଧାରଣ,ଯୁବସମାଜ ସର୍ବୋପରି ରାଜନେତାମାନେ ହୃଦୟଙ୍ଗମ କରି କାର୍ଯ୍ୟ କରିଲେ ସମାଜର ପ୍ରଭୂତ ହିତ ସାଧନ ହେବ ବୋଲି ମତବ୍ୟକ୍ତ କରିଥିଲେ ।ଜୟନ୍ତୀ ସମାରୋହରେ ଅତିଥି ମାନଙ୍କ ଦ୍ଵାରା ଡ.ସୁକାନ୍ତି ମହାନ୍ତିଙ୍କ ରଚିତ ପୁସ୍ତକ “ଆବୃତିରୁ ନିବୃତ୍ତି”ଓ ଡ. ସିତୁପ୍ରକାଶ ରଥଙ୍କ ଦ୍ଵିମାସିକ ଖବର କାଗଜ ଘଣ୍ଟ ଭୂମି ଉନ୍ମୋଚିତ ହୋଇଥିବାବେଳ, ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।ଆଜିର ସମାରୋହରେ ୨୦୨୬ ବର୍ଷ ପାଇଁ ମନୋଜ ମିଶ୍ରଙ୍କୁ ଉତ୍କଳ ଘଣ୍ଟ ସମ୍ମାନ, ଗୋପୀନାଥ ସେଠୀଙ୍କୁ ଯଦୁମଣି ସାହିତ୍ୟ ସମ୍ମାନ, ଗୋଦାବରୀ ବସନ୍ତିଆକଙ୍କୁ ଯଦୁମଣି ସାହିତ୍ୟ ସମ୍ମାନ, ଡ଼ା ରାଜକିଶୋର ବରାଡଙ୍କୁ ଯଦୁମଣି ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।ପ୍ରତି ବର୍ଷ ଭଳି, ଏହି ବର୍ଷ ଯଦୁମଣି ଜୟନ୍ତୀରେ ଡ ସୁକାନ୍ତି ମହାନ୍ତିଙ୍କ ପ୍ରଦତ୍ତ ବରିଷ୍ଟ ସହିତ୍ୟିକ କବି ଗୋଦାବରୀଶ ମିଶ୍ରଙ୍କୁ ଚନ୍ଦ୍ରମଣି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦୁଃଖର ବିଷୟ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳ ଘଣ୍ଟ ଯଦୁମଣିଙ୍କର ଜୟନ୍ତୀ ପାଳନ ହେଉଥିବାବେଳେ, ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ହୋଇନଥିବାରୁ ତାଙ୍କ ବଂଶଧର ତଥା ବୁଦ୍ଧିଜୀବି ମହଲରେ ସମାଲୋଚିତ ହେବାକୁ ପଡ଼ିଛି ।ପ୍ରକାଶ ଥାଉକି ଅତୀତରେ ରବିନ୍ଦ୍ର ସାହୁ ଜିଲ୍ଲାପାଳ ଥିଲାବେଳେ, ତାଙ୍କ ନିର୍ଦ୍ଦେଶରେ ପ୍ରତି ଶିକ୍ଷାନୁଷ୍ଠାନରେ ଯଦୁମଣିଙ୍କ ଜୟନ୍ତୀ ପାଳିତ ହୋଇଥିଲା ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବ ଇଟାମାଟି ମିଳିତ ଆନୁକୁଲ୍ୟରେ ଯଦୁମଣି ଜୟନ୍ତୀ ସମାରୋହ ସଫଳ ହେବାରେ, କ୍ଲବର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ସଂପାଦକ ପ୍ରବୀର ଚରଣ ବୈରିଗଞ୍ଜନ ଓ ସଭ୍ୟ କବି ଯଦୁମଣିଙ୍କ ପଣ ନାତି ରୋହନ ମହାପାତ୍ର ଏବଂ ସଭ୍ୟମାନେ ସକ୍ରିୟ ଭାବରେ ଉପସ୍ଥିତ ରହି ସହାୟତା କରିଥିଲେ । ସକାଳ ୮ଘଟିକା ସମୟରେ କବି ଯଦୁମଣିଙ୍କ ଇଟାମାଟିସ୍ଥ ବାସଭବନ ଠାରେ ପଣ ନାତି ରୋହନ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଜୟନ୍ତୀ ପାଳନ ପରିବାର ସଦସ୍ୟ ସହିତ ବୁଦ୍ଧିଜୀବିମାନେ ପାଳନ କରିଥିଲେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *