February 23, 2026
Home » ଉତ୍କଳ ତେଲୁଗୁ ସାମାକ୍ଷା ଉଗାଧି ଉତ୍ସୱାଲୁ ୨୦୨୬ ପକ୍ଷରୁ ଉଗାଦି ୨୦୨୬ ପାଳନ ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଉତ୍କଳ ତେଲୁଗୁ ସାମାକ୍ଷା ଉଗାଧି ଉତ୍ସୱାଲୁ ୨୦୨୬ ପକ୍ଷରୁ ଉଗାଦି ୨୦୨୬ ପାଳନ ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2026-02-22 at 11.50.01 PM

 

ଉତ୍କଳ ତେଲୁଗୁ ସାମାକ୍ଷା ଉଗାଧି ଉତ୍ସୱାଲୁ ୨୦୨୬ ପକ୍ଷରୁ ସ୍ଥାନୀୟ ସ୍ବାଗତ ହୋଟେଲ ପାର୍ଶ୍ଵରେ ଥିବା ରାମଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉଗାଦି ୨୦୨୬ ପାଳନ ସକାଶେ ୟେଲା ଭେଙ୍କେଶ୍ୱର ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷରେ ମା ମଝିଘରିଆଣୀ ମନ୍ଦିରରୁ ଉଗାଧି ପଡିଆ ପର୍ଯ୍ୟନ୍ତ କଳସ ଯାତ୍ରା ହେବ। କୋଣ୍ଡା ବାବୁ ଅନୁରୋଧ କ୍ରମେ ଉପସ୍ଥିତ ଥିବା କିଛି ସଭ୍ୟ ଚଳିତ ବର୍ଷ ଉଗଢ଼ି ସଫଳପ୍ରଦ ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ। ଚଳିତ ବର୍ଷ ସ୍ଵତନ୍ତ୍ର ଭାବେ ତେଲୁଗୁ ପାରମ୍ପରିକ ଖାଦ୍ୟ ମେଳା,ବିଭିନ୍ନ ପାରମ୍ପାରିକ ଷ୍ଟଲ, ସାନ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ମନୋରଞ୍ଜନ ,ପ୍ରତି ବର୍ଷ ପରି ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ରହିବ ବୋଲି ଆଲୋଚନା ହୋଇଥିଲା। ମୁଖ୍ୟତଃ ଆନ୍ଧ୍ରରୁ ଶଗଡ଼ ଗାଡ଼ି ଆଣି ସେଥିରେ ବିଭିନ୍ନ ଦେବା ଦେବୀଙ୍କ ଏକ ସଭା ଯାତ୍ରାରେହେବ । ଜିଲ୍ଲା ଉଗାଦି ଉତ୍ସବ କମିଟି ପକ୍ଷରୁ କିଛି ବର୍ଷ ଧରି ଅତି ଆଡମ୍ବର ସହକାରେ ଏହି ଉତ୍ସବ ପାଳନ ହେଇ ଆସୁଥିବା ବେଳେ ହାଇଦ୍ରାବାଦରୁ ମଧ୍ୟ ପ୍ରଶଂସାର ସନ୍ଦେଶ ଆସୁଥିବା ଉପସ୍ଥିତ ସଭ୍ୟ ବୃଦ କହିଥିଲେ।

ଚଳିତ ବର୍ଷ ସମସ୍ତଙ୍କ ସହଯୋଗିତାରେ ରାୟଗଡ଼ା ସମସ୍ତ ବାସିନ୍ଦାଙ୍କ ଏକତାର ସହ ଆହୁରି ଆକୃଷ୍ଟ ଭାବେ କରିବାକୁ ଯାହା କି ଏକ ସ୍ଵତନ୍ତ୍ରତା ପରିଚୟ ସୃଷ୍ଟି କରିବା ସେଥି ସକାଶେ ସମାଜ ସେବୀ ଶ୍ରୀ କଣ୍ଡା ବାବୁ ଉପସ୍ଥିତ ସମସ୍ତଙ୍କ ସହଯୋଗ କାମନା ଲଢ଼ିଥିଲେ। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଟ୍ରକ୍ ୟୁନୀଅନ ତରଫରୁ ସମସ୍ତ ସହଯୋଗ ରହିବା ବୋଲି ସମ୍ପାଦକ ପ୍ରତିଶ୍ରୁତି ଦେଇଥିବା ବେଳେ ସେହିପରି ଅନ୍ୟ ସଂଘ ମଧ୍ୟ ସହଜଗର ହାତ ବଢେ଼ଇବା ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉଗାଧି ଉତ୍ସବ ପ୍ରସ୍ତୁତି ବୈଠକ ପୂର୍ବରୁ ସେ ଉଗାଦି ଉତ୍ସବ ପାଳନ ପ୍ରସ୍ତୁତି ବୈଠକରେ ଯୋଗଦେବା ପାଇଁ ଏକ ଭିଡିଓ ଜରିଆରେ ଜିଲ୍ଲାର ତେଲୁଗୁ ସମ୍ପ୍ରଦାୟ, ଓଡ଼ିଆ ସମ୍ପ୍ରଦାୟର ତଥା ସମସ୍ତ ସଂଗଠନର କର୍ମକର୍ତ୍ତା,ଜନସାଧାରଣଙ୍କୁ ପ୍ରସ୍ତୁତି ବୈଠକରେ ଅଂଶଗ୍ରହଣ ପାଇଁ ନିବେଦନ କରିଥିଲେ। ଆସନ୍ତା କଳିରୁ କଣ୍ଡବବୁଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ ଥିବା ଖାଲି ସ୍ଥାନରେ ସଭା ଆୟୋଜନ ହେବା ଯେଉଁଥିରେ କି ସମସ୍ତେ ଖଳ ମନରେ ନିଜ ନିଜର ମତାମତ ରଖି ପାରିବେ ବୋଲି ଶ୍ରୀ କଣ୍ଡା ବାବୁ କହିଥିଲେ। ଆଜିର ପ୍ରଥମ ବୈଠକରେ ପ୍ରାୟ ୧୦ଗୋଟି କମ୍ୟୁନିଟିର ଜାଗା ଦେଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।