February 7, 2026
Home » ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନ

ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନ

0
WhatsApp Image 2026-02-07 at 3.49.00 PM

ବଲାଙ୍ଗିରର ନୂତନ ନେତୃତ୍ୱ ସନ୍ତୋଷ ଲାଲ ଅଧ୍ୟକ୍ଷା, ସୁନୀତା ସମ୍ପାଦିକା ଭାବେ ମନୋନୀତ

ବଲାଙ୍ଗିର: ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନର ବଲାଙ୍ଗିର ଶାଖାରେ ନୂତନ ନେତୃତ୍ୱ ନିର୍ବାଚନ ସହିତ ମହିଳା ସଶକ୍ତିକରଣ ଦିଗରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ୨୦୨୬ରୁ ୨୦୨୮ ବର୍ଷ ପାଇଁ ସନ୍ତୋଷ ଲାଲଙ୍କୁ ଅଧ୍ୟକ୍ଷା ଏବଂ ସୁନୀତାଙ୍କୁ ସମ୍ପାଦିକା ଭାବେ ମନୋନୀତ କରାଯାଇଛି। ଦୁହେଁ ନବନିର୍ବାଚିତ ପଦାଧିକାରୀ ସଂଗଠନର ଦାୟିତ୍ୱ ଗ୍ରହଣ କରି ସମାଜସେବା ଓ ମହିଳା ଉନ୍ନତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଘୋଷଣା କରିଛନ୍ତି।ନବନିର୍ବାଚିତ ଅଧ୍ୟକ୍ଷା ସନ୍ତୋଷ ଲାଲ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣରୂପେ ମହିଳା ସଶକ୍ତିକରଣ, ସମାଜ ସୁଧାର ଓ ସାମାଜିକ ସେବାକୁ ଉତ୍ସର୍ଗିତ ରହିବ। ମହିଳାମାନଙ୍କୁ ସ୍ୱାବଳମ୍ବୀ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରରେ ଉତ୍ତମ ସୁଯୋଗ ପ୍ରଦାନ କରିବା ହେଉଛି ସଂଗଠନର ମୂଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।ସମ୍ପାଦିକା ସୁନୀତା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ଧରି ମହିଳା ସମ୍ମେଳନ ଭୂମିସ୍ତରରେ କାର୍ଯ୍ୟ କରି ମହିଳାମାନଙ୍କୁ ଆଗେଇ ଯିବା ପାଇଁ ଏକ ସୁଦୃଢ଼ ମଞ୍ଚ ପ୍ରଦାନ କରିବ। ସେ କହିଛନ୍ତି ଯେ, କନ୍ୟାଶିକ୍ଷା, ମହିଳାମାନଙ୍କର କୌଶଳ ବିକାଶ, ସ୍ୱୟଂରୋଜଗାର, ସ୍ୱାସ୍ଥ୍ୟ ସଚେତନତା ଓ ସାମାଜିକ କୁରୀତି ବିରୋଧରେ ବିଭିନ୍ନ ଅଭିଯାନ ଚାଲାଯିବ।ଦୁହେଁ ପଦାଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ସଂଗଠନର ପ୍ରତ୍ୟେକ ସଦସ୍ୟାଙ୍କୁ ସହଯୋଗରେ ନେଇ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ତାଙ୍କର ପ୍ରଧାନ ଦାୟିତ୍ୱ। ଏହି ଉଦ୍ଦେଶ୍ୟରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ସ୍ଥାନୀୟ ସଦସ୍ୟ ଓ ସମାଜର ବରିଷ୍ଠ ବ୍ୟକ୍ତିମାନେ ସନ୍ତୋଷ ଲାଲ ଓ ସୁନୀତାଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇ ଆଶା ପ୍ରକାଶ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନ, ବଲାଙ୍ଗିର ସମାଜସେବା କ୍ଷେତ୍ରରେ ନୂତନ ଶିଖର ଛୁଇଁବ।

Leave a Reply

Your email address will not be published. Required fields are marked *