ଉତ୍କଳ ବାଳାଶ୍ରମ ଠାରେ ଅନ୍ତେବାସୀଙ୍କ ସହିତ ଜିଲ୍ଲାପାଳ ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ପରିବାର ସହିତ ସୋନପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ପହଞ୍ଚିଥିଲେ । ବାଳାଶ୍ରମ ର ଅନ୍ତେବାସୀ ତଥା ଅନାଥ ଝିଅମାନେ ଜିଲ୍ଲାପାଳ ଓ ତାଙ୍କ ପୁଅଙ୍କୁ ରାକ୍ଷୀ ବାନ୍ଧିଥିଲେ l ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ଝିଅମାନେ ବାଳାଶ୍ରମର ଅନାଥ ପିଲାମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ଓ ପରସ୍ପରକୁ ମିଠା ଖୁଆଇଥିଲେ । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅନ୍ତେବାସୀଙ୍କ ସହିତ କଥାବାର୍ତ୍ତା କରିବା ସହିତ ସେମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ପଚାରି ବୁଝିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..