February 9, 2026
Home » ଉତ୍କଳ ବିଦ୍ୱତ୍ ପରିଷଦ ତରଫରୁ ପୁରୀରେ ସାଧୁ ସନ୍ଥ, ଭକ୍ତ ଓ ଜନସାଧାରଣଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ

ଉତ୍କଳ ବିଦ୍ୱତ୍ ପରିଷଦ ତରଫରୁ ପୁରୀରେ ସାଧୁ ସନ୍ଥ, ଭକ୍ତ ଓ ଜନସାଧାରଣଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ

0
WhatsApp Image 2025-04-17 at 7.07.58 PM

ସନାତନ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ଓ ପ୍ରଚାର ପାଇଁ କାର୍ଯ୍ୟରତ “ଉତ୍କଳ ବିଦ୍ୱତ୍ ପରିଷଦ” ପୁରୀରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି। ଆଜି ଶ୍ରୀମନ୍ଦିର ନିକଟସ୍ଥ ଉତ୍ତରପାର୍ଶ୍ଵ ମଠ ନିକଟରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଉତ୍କଳ ବିଦ୍ୱତ୍ ପରିଷଦର ଅଧକ୍ଷ ମନୋଜ ରଥ,

ଶ୍ରୀମହନ୍ତ ଉତ୍ତରପାର୍ଶ୍ଵ ମଠ, କଟକୀ ମଠ ,ରାମରତ୍ନ ରଘୁନାଥ ଆଶ୍ରମ, ଡ଼ଃ ବଳରାମ ଦାସ, ସମାଜସେବୀ ଜିତେନ୍ଦ୍ର ମହାପାତ୍ର ,ବଦ୍ରି ମିଶ୍ର, ମଧୁସୂଦନ ମିଶ୍ର, ବିରଞ୍ଚି ମିଶ୍ର, ସ୍ୱାଧୀନ ପଣ୍ଡା ରଞ୍ଜେଷ ସାହୁ, ଗଣେଶ ମହାସ୍ସୁଆର , ଦେବେନ୍ଦ୍ର ମହାରଣା, ଦିବ୍ୟରଞ୍ଜନ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ପୂଜନ କରିଥିଲେ। ଅଧକ୍ଷ ଶ୍ରୀ ରଥ କହିଥିଲେ “ଏହି ଆମ୍ବୁଲାନ୍ସ ସମ୍ପୂର୍ଣ ଅଣବ୍ୟବସାୟିକ ବ୍ୟବସ୍ଥା ହେବ। ସେବା ମନଭାବରେ ସାଧୁ, ସନ୍ଥ, ଭକ୍ତ ଓ ଜନସାଧାରଣଙ୍କ ପାଇଁ ଏହି ସୁବିଧା ଉଦ୍ଧିଷ୍ଟ ଅଟେ। ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ ରହିଲେ ଆମ୍ବୁଲାନ୍ସର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ଉତ୍କଳ ବିଦ୍ୱତ୍ ପରିଷଦର ଏହି ଉଦ୍ୟମକୁ ଉପସ୍ଥିତ ସାଧୁ ସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଶଂସା କରିଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା, କୋସାଧକ୍ଷ କମଳାକାନ୍ତ ଆଚାର୍ଯ୍ୟ, ସଦସ୍ୟ ସିସେନ ପ୍ରତିହାରୀ, ଚନ୍ଦନ ବ୍ରହ୍ମା ଆଦି ପରିଚାଳନା କରିଥିଲେ। ଆମ୍ବୁଲାନ୍ସ ସେବା ପାଇବାକୁ ୭୭୪୯୦୭୫୭୧୫ ରେ ଯୋଗାଯୋଗ କରିବାକୁ ଅନୁରୋଧ।

Leave a Reply

Your email address will not be published. Required fields are marked *