ଉଦଯାପିତ ହେଲା ଦୁଇଦିନିଆ ପର୍ଯ୍ୟଟନ ଓ ଲୋକକଳା ମହୋତ୍ସବ , । ଲୋକକଳ ସହିତ ଜାତୀୟ ସ୍ତରୀୟ ପର୍ଯ୍ୟଟନ ଆଲୋଚନା ଚକ୍ର ।
ବ୍ରହ୍ମପୁର—ପର୍ଯ୍ୟଟନ ଭାରତ ତରଫରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଚାଲିଥିବା ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ଲୋକକଳା ମହୋତ୍ସବ ରବିବାର ସଫଳତାର ସହିତ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ରବି ନାରାୟଣ ବେହେରା ଓ ମହୋତ୍ସବ ସମ୍ପାଦକ ନାରାୟଣ ମହାଙ୍କୁଡ଼,ବ୍ରହ୍ମପୁର ବିଧାୟକ କେ.ଅନିଲ,ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା,ବ୍ରହ୍ମପୁର ଏସ୍ପି ଡ଼.ଶ୍ରବଣ ବିବେକ,ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଅଶୋକ ବ୍ରହ୍ମା,ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ,ଳୁ ଚରଣ ସାହୁ, ସୁଶାନ୍ତ ସାବତ ,ମୀନା ଦ୍ୟାନ ସାମନ୍ତରା ସୁବାସ ମହାରଣା,ରାଜକୁମାର ସେନାପତି,ଶିବ ପ୍ରସାଦ ରେଡ୍ଡୀପ୍ରମୂଖ ମଞ୍ଚରେ ଉପସ୍ଥିତ ରହି ଭାଷା,ସାହିତ୍ୟ,ସଂସ୍କୃତି ,ଲୋକକଳା ଓ ପର୍ଯ୍ୟଟନ କୁ ଉଜ୍ଜୀବିତ କରିବା ପାଇଁ ଆୟୋଜିତ ଏହି ମହୋତ୍ସବର ପ୍ରଶଂସା କରିଥିଲେ । ଗଞ୍ଜାମର ଲୋକକଳା ଓ ପର୍ଯ୍ୟଟନ ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଛି ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।ଏହି ଅବସରରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉଦଯାପନୀ ସନ୍ଧ୍ୟାରେ ପର୍ଯ୍ୟଟନ ଭାରତ ତରଫରୁ”ସାହିତ୍ୟାୟନ” ପତ୍ରିକା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।ମହୋତ୍ସବର ଦ୍ଵିତୀୟ ଦିବସରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ ପ୍ରତିଯୋଗୀ ଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ପର୍ଯ୍ୟଟନକୁ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଏବଂ ଭ୍ରମଣ ଅଧ୍ୟୟନ ବିଭାଗବ ପର୍ଯ୍ୟଟନ ଭାରତର ମିଳିତ ସହଯୋଗରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରିତୁ ତିବାରୀ,ଡ଼. ଲଲାଟେନ୍ଦୁ ସାହୁ,ଡ଼. ସୁଧାଂଶୁ ପତି, ଅନିଲ ଧୀର,ସୁଧୀର ରାଉତ,ଇଂ.ଯାମିନୀକାନ୍ତ ଦାସ,ନାରାୟଣ ମହାଙ୍କୁଡ଼ ପ୍ରମୁଖ ଆଲୋଚନା ଚକ୍ରରେ ଭାଗନେଇ ଓଡ଼ିଶାର ସଂସ୍କୃତି,ମନ୍ଦିର,ପରମ୍ପରା ଓ ଉତ୍ସବ ବିଷୟରେ ନିଜର ମତ ରଖିଥିଲେ । ଆଲୋଚନା ଚକ୍ରରେ ସୁଶ୍ରୀ ସିମରନ ସାହୁ ସଂଯୋଜନା କରିଥିବା ବେଳେ ସୁରଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନ ଧରି ଚାଲିଥିବା ପର୍ଯ୍ୟଟନ ଓ ଲୋକକଳା ମହୋତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ରାଜ ଗୋପାଳ ପାଢ଼ୀ, ଅନିଲ ପାତ୍ର, ଡା.ମିହୀର ତ୍ରିପାଠୀ, କୈଳାସ ପାଣିଗ୍ରାହୀ,ସରୋଜ ପଣ୍ଡା,ଦୀପିକା ଦାସ,ବିପଞ୍ଚୀ ଦାସ,ଭି.ଚନ୍ଦ୍ରକଳା,ଆରତୀ ପାତ୍ର ପ୍ରମୂଖ ମହୋତ୍ସବ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ବ୍ରହ୍ମପୁର କ୍ଲିନ ସିଟିର ପ୍ରତିଷ୍ଠାତା ସଦସ୍ୟ ଶକ୍ତିଧର ରାଜଗୁରୁ , ଜିଲ୍ଲା ସାମ୍ୱାଦିକ ସଂଘ ଗଞ୍ଜାମ ସଭାପତି ସୁଦୀପ କୁମାର ସାହୁ ଓ ରାଜେଶଙ୍କୁ ମଞ୍ଚ ଉପରେ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )