ଉଦଯାପିତ ହେଲା ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ବାର୍ଷିକ ଉତ୍ସବ
ନୟାଗଡ ଜିଲ୍ଲା ଲେଖକ ପରିଷଦର ବାର୍ଷିକ ଉତ୍ସଵ ୧୩/୧୨, ଓ ୧୪/୧୨ ଦୁଇଦିନ ଧରି ପାଳିତ ହୋଇଯାଇଛି ।ପ୍ରଥମ ଦିନ ଜିଲ୍ଲା ଲେଖକ ପରିଷଦର ପ୍ରଥମ ଅର୍ଘ୍ୟ “ନାଟକ ଏଇ ଯେ ସୂର୍ଯ୍ୟ ଉଏଁ” ପଠାଣି ସାମନ୍ତ ସଂସ୍କୃତି ଭବନରେ ମଞ୍ଚସ୍ଥ ହୋଇଥିଲା ।ଦ୍ଵିତୀୟ ଦିନ ଗଳ୍ପ ଓ କବିତାର ମଧୁର ସ୍ଵରରେ ଉଦଯାପିତ ହେଲା ସାହିତ୍ୟ ଓ ସଂସ୍କୃତି ସମାରୋହ l ତା ୧୩/୧୨ ୨୦୨୫ ରିଖଶନିବାର ସନ୍ଧ୍ୟାରେ ବିଶିଷ୍ଟ ନାଟ୍ୟକାର ପ୍ରାଧ୍ୟାପକ ବିଜୟ ଶତପଥୀଙ୍କ ରଚିତ ତଥା ଯୁବନାଟ୍ୟ ନିର୍ଦ୍ଦେଶକ ଡ.ଆଶୁତୋଷ ମିଶ୍ରଙ୍କ ନିର୍ଦ୍ଦେଶନାରେ ଲେଖକ ପରିଷଦର ସାରସ୍ବତ ସାଧକ ସାଧିକାମାନଙ୍କ ଅଭିନୀତ ନାଟକ “ଏଇ ଯେ ସୂର୍ଯ୍ୟ ଉଏଁ” ପଠାଣି ସାମନ୍ତ ସଂସ୍କୃତି ଭବନରେ ମଞ୍ଚସ୍ଥ ହୋଇଥିଲା।ପ୍ରଦର୍ଶିତ ନାଟକର ଅତିଥି ଥିଲେ ନାଟ୍ୟକାର ପ୍ରାଧ୍ୟାପକ ବିଜୟ ଶତପଥି, ନୟାଗଡ ବିଧାୟକ ଅରୁଣ କୁମାର ସାହୁ, ନାଟ୍ୟକାର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ରାମ ଚନ୍ଦ୍ର ମିଶ୍ର, ନୟାଗଡ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ପୋଲିସ ଟ୍ରେନିଙ୍ଗ ସ୍କୁଲ ଅଧ୍ୟକ୍ଷ ଭବେଶ ନାୟକ ।ପରିପୂର୍ଣ୍ଣ ଦର୍ଶକଙ୍କୁ ଶୀତୁଆ ସନ୍ଧ୍ୟାର ଏହି ନାଟକ ଖୁବ୍ ବାନ୍ଧିରଖିଥିଲା l

ସଫଳ ନିର୍ଦ୍ଦେଶନା ଓ କଳାକାରମାନଙ୍କ ଦମଦାର ଅଭିନୟ ନାଟକଟିକୁ ରୋଚକ କରିଥିଲା । ନାଟକରେ ଅଭିନୟ କରିଥିଲେ ପ୍ରଧାନୀ, ଦେବେନ୍ଦ୍ର, ଗୋଦାବରୀ, ଗୋକୁଳ, ଖାଲିକ୍ , ନୀଳିମା, ନାରାୟଣ, ନିରାକାର, ସରୋଜ, ବିଘ୍ନେଶ୍ଵର, ରଞ୍ଜନ, ପ୍ରତାପ, ରବିନ୍, ଗୋପୀନାଥ, ବିଜୟାନନ୍ଦ, ଜ୍ୟୋସ୍ନାମୟୀ, ରବିନ୍ଦ୍ର, ଭାଗୀରଥି, ସୌଦାମିନୀ,ଝିଲିମିଲି, କାଦମ୍ବିନୀ, ଗଙ୍ଗାଧର, ଚକ୍ରଧର, ଶିବ, ଅର୍ଜୁନ, ଚିନ୍ତାମଣି ।ମଞ୍ଚ ପରିଚାଳନା କରି ଥିଲେ ଅଶୋକ ମଲ୍ଲ ଓ ସରୋଜ । ଦ୍ୱିତୀୟ ଦିନରେ ଶତାଧିକ ସାହିତ୍ୟିକ ଉପସ୍ଥିତରେ ସ୍ବରଚିତ କବିତା ଓ ଗଳ୍ପ ପଠନ ସହିତ,ପରିଷଦର ମୁଖପତ୍ର “ନବଉନ୍ମେଷ” ସମେତ ଅନ୍ୟ ତିନୋଟି ପୁସ୍ତକ ଉନ୍ମୋଚନ ହୋଇଥିଲା l

ସେହିପରି ବିଶିଷ୍ଟ ଐତିହାସିକ କବି ସତ୍ୟବାଦୀ ବଳିଆରସିଂହଙ୍କୁ ସାମଗ୍ରିକ ସାହିତ୍ୟ ସାଧନା ପାଇଁ ନୟାଗଡ଼ ସାରସ୍ଵତ ଗୌରବ ସମ୍ମାନ, ସୁୁଲେଖିକା ଡ.ସୁକାନ୍ତି ମହାନ୍ତିଙ୍କୁ ଶିଶୁ ସାହିତ୍ୟ , ବ୍ୟଙ୍ଗ ବିଦୁଷ ଡ.ଗିରିଶ ରଞ୍ଜନ ସାହୁଙ୍କୁ ବ୍ୟଙ୍ଗସାହିତ୍ୟ, କମ୍ରେଡ ବିଶ୍ୱନାଥ ମହାପାତ୍ରଙ୍କୁ ଗଳ୍ପ ସାହିତ୍ୟ, କବି କଳ୍ପଦୃମ ମାଧବ ସାମନ୍ତରାୟଙ୍କୁ ସଦାନନ୍ଦ ବ୍ରହ୍ମା କବିତା ସମ୍ମାନ, ଯୁବ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କୁ ଯୁବ ସାହିତ୍ୟ ପ୍ରତିଭା ସମେତ ନବ ବିଦ୍ୟାର୍ଥୀ ସୌମ୍ୟା ସ୍ଵୟଂ ପ୍ରଭାଙ୍କୁ ନବ ସାହିତ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା l କୋରାପୁଟ “ହିମ ଦରବାର” ଆୟୋଜନରେ ପ୍ରମୁଖ ଭୂମିକା ନେଇଥିବା ଉମରକୋଟର ବିଶିଷ୍ଟ ସାହିତ୍ୟାନୁରାଗୀ ଲକ୍ଷ୍ମୀକାନ୍ତ ବାହିନୀପତିଙ୍କୁ ନୟାଗଡ଼ ସାରସ୍ଵତ ବନ୍ଧୁ ସମ୍ମାନ, ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l ଆଜିର ବର୍ଣ୍ଣାଢ଼୍ୟ ଉତ୍ସବରେ ପରିଷଦର ସଭାପତି ପ୍ରଧାନି ବୃନ୍ଦାବନ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ନୟାଗଡ଼ର ବିଧାୟକ ଅରୁଣ କୁମାର ସାହୁ, ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିଆରସିଂହ ଓ ବିଭାବନା ସାହିତ୍ୟ ପତ୍ରିକାର ସଂପାଦକ ମାନସ ନନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ l ସମସ୍ତ କବି କବୟିତ୍ରୀଙ୍କୁ ପ୍ରଶସ୍ତିପତ୍ର ସହିତ ସଦସ୍ୟତା ନବୀକରଣ ସମେତ ନୂତନ ସଦସ୍ୟତାର ପ୍ରମାଣ ପତ୍ର ଦିଆଯାଇଥିଲା l କବିତା ପାଠ ସଂଯୋଜନା କରିଥିଲେ, ନିଳୀମା ନନ୍ଦ, ହରପ୍ରିୟା ଦ୍ବିବେଦୀ, କ୍ଷଣପ୍ରଭା କର, ନିରାକାର ସ୍ବାଇଁ, ଗୋପୀନାଥ ସେଠୀ ପରିଶେଷରେ ସମ୍ପାଦକ ଶେଖ୍ ଅବଦୁଲ୍ ଖାଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
