October 23, 2025
Home » ଉଦଳା ରେ ବରିଷ୍ଠ ସାମ୍ବାଦିକ ଙ୍କର ଦେହାନ୍ତ

ଉଦଳା ରେ ବରିଷ୍ଠ ସାମ୍ବାଦିକ ଙ୍କର ଦେହାନ୍ତ

0
WhatsApp Image 2025-10-14 at 3.55.46 PM

ଉଦଳା: ଉଦଳା ର ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅରୁଣ କୁମାର ମହାନ୍ତି (ନିଲୁ ଭାଇ)ଙ୍କର  କଟକ ବଡ଼ମେଡ଼ିକାଲ ରେ ପରଲୋକ ହୋଇଯାଇଛି ସେ ଜଣେ ପରୋପକାରୀ ମିଷ୍ଟଭାଷୀ ଓ ସମାଜ ସେବୀ ଥିଲେ ବହୁ ଆଗରେ ପ୍ରଥମେ ପ୍ରଜାତନ୍ତ୍ର କାଗଜ ରୁ ସାମ୍ବାଦିକତା ଆରମ୍ଭ କରି ଏବେ ଦଶବର୍ଷ ରୁ ଅଧିକ କାଳ ସମାଜ ଖବରକାଗଜ ର ଉଦଳା ପ୍ରତିନିଧି ରୂପେ କାର୍ଯ୍ୟରତ l ଗତ ଦୁଇ ମାସ ହେବ ଲିଭର କ୍ୟାନ୍ସର ପୀଡ଼ିତ ହୋଇ ବମ୍ବେ ରୁ ସାମାନ୍ୟ ଭଲ ହୋଇ ଅସୁସ୍ଥ ଭାବରେ ଘରେ ଥିଲେ l ପୁଣି  ଅସୁସ୍ଥତା କାରଣରୁ ପ୍ରଥମେ ବାରିପଦା ପରେ କଟକ ମେଡିକାଲ ନେବାକୁ ପଡିଥିଲା ହେଲେ  ସବୁଦିନ ପାଇଁ ସେ ସଂସାର ରୁ ବିଦାୟ ନେଲେ l ତାଙ୍କର ପରଲୋକରେ କେବଳ ଉଦଳା ନୁହଁ ମୟୁରଭଞ୍ଜ ଜିଲ୍ଲା ତରଫରୁ ଶୋକର ଛାୟା ଖେଳିଯାଇଛି ଉଦଳା ପ୍ରେସ କ୍ଲବ ର ବିଗତ ପାଞ୍ଚ ବର୍ଷ ହେବ ସଭାପତି ସ୍ଥାନ ସୂଚାର ରୂପେ କାର୍ଯ୍ୟରତ କୈାଣସି ରାଜନୈତିକ ଦଳ କୁ ସମର୍ଥନ ନ କରି ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ତାଙ୍କର ଅନେକ ସୁନାମ ଅର୍ଜନ କରିଯାଇଛନ୍ତି l ଓକିଲାତି ରେ ମଧ୍ୟ ଦଷ ଜ୍ଞାନ ଥିବା ସାଧାରଣ ଜନତା ଙ୍କୁ ଜଣା ଏଣୁ ଅଞ୍ଚଳବାସୀ ତାଙ୍କର ବିୟୋଗ ରେ ମର୍ମାହତ l ସାମ୍ବାଦିକ ଭାଇ ମାନଙ୍କ ତରଫରୁ ଶୋକ ସନ୍ତପ୍ତ ପରିବାର ଙ୍କୁ ଇଶ୍ଵର ଙ୍କ ଆଶିର୍ବାଦ ଥାଉ ପ୍ରାର୍ଥନା ଆମର l

ଉଦଳା ଇପିଏ ରୁ ସର୍ବେଶ୍ଵର ମହାପାତ୍ର ଙ୍କ ରିପୋର୍ଟ
ଇପିଏ ନିଉଜ

 

 

Leave a Reply

Your email address will not be published. Required fields are marked *