ଉଦଳା ରେ ଭାରତରତ୍ନ ବାଜପେୟୀ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ
ପ୍ରବାଦ ପୁରୁଷ ଭାରତରତ୍ନ – ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜନ୍ମ ଜୟନ୍ତୀ ଉପଲକ୍ଷେ – ଉଦଳା ର ଗଣେଶ ମାର୍କେଟ ସମ୍ମୁଖରେ ବାଜପେୟୀ ଙ୍କ ପ୍ରତିମୂର୍ତ୍ତି ରେ ମୟୁରଭଞ୍ଜ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳ ରେ ଲୋକାର୍ପିତ କରାଯାଇଥିଲା । ଏଥିରେ ବିଧାୟକ ଭାସ୍କର ମଢେଇ ମହୋଦୟ ଏବଂ ଉଦଳା N A C ଚେୟାରମେନ ପ୍ରମିଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦଳିୟକର୍ମୀ ଓ ଉପସ୍ଥିତ ଜନତା ମାନଙ୍କୁ ବ୍ୟକ୍ତବ୍ୟ ଦେଇଥିଲେ ।
ପରେ ଉଦଳା ସବଡ଼ିଭିଜିନାଲ ହସ୍ପିଟାଲ ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ଆରୋଗ୍ୟ କାମନା କରିଥିଲେ l
ଇପିଏ ରୁ ରଞ୍ଜିତା ମହାପାତ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
