February 6, 2026
Home » ଉଦ୍ଘାଟନ ହେଲା ମାଲକାନଗିରି ଜିଲ୍ଲାସ୍ତରୀୟ ତିନିଦିନିଆ ଜୁନିଅର ରେଡକ୍ରସ ଶିବିର

ଉଦ୍ଘାଟନ ହେଲା ମାଲକାନଗିରି ଜିଲ୍ଲାସ୍ତରୀୟ ତିନିଦିନିଆ ଜୁନିଅର ରେଡକ୍ରସ ଶିବିର

0
WhatsApp Image 2026-01-15 at 5.03.09 PM

 

ମାଲକାନଗିରି,କାଲିମେଲା ଉଚ୍ଚ ବିଦ୍ୟାଳୟରେ ମାଲକାନାଗିରି ଜିଲ୍ଲାସ୍ତରୀୟ ତିନିଦିନିଆ ଜୁନିୟର ରେଡ କ୍ରସ (ଜେଆରସି) ଶିବିର ଅନୁଷ୍ଠିତ ହୋଇଯାଇଛି ଯାହାର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ସମନ୍ୱୟ ଏବଂ ସାମାଜିକ ଦାଇତ୍ୱ ବୋଧ ସୃଷ୍ଟି କରିବା।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ପର୍ବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଉଦବୋଧନ ଦେଇଥିଲା ବେଳେ ବ୍ଲକ ଅଧ୍ୟକ୍ଷା ସୁଭାଷିନୀ ସୋଡ଼ି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଲିମେଳା ପ୍ରଦୀପ କୁମାର କର, ପୂର୍ବତନ ୱାଇ ଆର୍ ସି ଓ ଡ ରଞ୍ଜନ କୁମାର ସ୍ବାଇଁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ବାରୋଇ ଆଦି ଅତିଥି ଗଣ ମଞ୍ଚାସୀନ ଥିଲେ।ଏହି ଶିବିରରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ୧୧୧ ଗ୍ରାମ ପଞ୍ଚାୟତର ଅବସ୍ଥିତ ବିଭିନ୍ନ ବିଦ୍ୟାଳୟରୁ ଯୋଗ ଦେଇଥିଲେ ଯାହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଭାରପ୍ରାପ୍ତ ଶାରିରୀକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ନିରଞ୍ଜନ ମହାରଣା ଜେ ଆର୍ ସି ଓ ମାଲକାନଗିରି, ପ୍ରମୋଦ ବାରୋଇ ପ୍ରଧାନ ଶିକ୍ଷକ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ।ତିନି ଦିନିଆ ଶିବିରରେ ସାହାଯ୍ୟ ପ୍ରଶିକ୍ଷଣ, ରକ୍ତଦାନ ସଚେତନତା, ବିପର୍ଯୟ ପରିଚାଳନା, ପରିବେଶ ସଂରକ୍ଷଣ, ଶ୍ରମଦାନ, ସ୍ବାସ୍ଥ୍ୟ, ସ୍ବଚ୍ଛତା ଆଦି ସନ୍ଦର୍ଭରେ ତାଲିମ ଦିଆଯିବ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *