ଉଦ୍ଘାଟିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
l
ସୁବର୍ଣ୍ଣପୁର — ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ, ବିଧାନସଭା, ଓଡିଶା ସରକାର ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଏବଂ ବରେଣ୍ୟ ଅତିଥି ବୃନ୍ଦ ଯୋଗଦେଇ ଆନୁଷ୍ଠାନିକ ଭାବରେ ମହୋତ୍ସବ ର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଧ୍ୟକ୍ଷl, ଜ଼ିଲ୍ଲା ପରିଷଦ ଶ୍ରୀମତୀ ପ୍ରଭାସିନୀ ଦାସ,ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ଏବଂ ସଭାପତି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଥିଲେ l ଉପ -ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ l ସଭା ଆରମ୍ଭ ରୁ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଗୀତା ପାଠ ଏବଂ ଜବlହାର ନବୋଦୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ lଏହି ଅବସରରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରୁ ସାଂସ୍କୃତିକ ଦଳ ସହ ମଶାଲ ଆସି ବୌଦ୍ଧ ବୁଦ୍ଧ ମନ୍ଦିର ଠାରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ରେ କଳାକାର ମାନଙ୍କ ର ଏକ ବିରାଟ ପଟୁଆର ବାହାରି ସହର ପରିକ୍ରମା କରି ପ୍ୟାରେଡ ପଡିଆ ଠାରେ ଡ. ସାଧୁ ମେହେର ମଞ୍ଚ ଠାରେ ସ୍ଥାପନା କରାଯାଇଥିଲା । ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ରଥ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଆଜି ସକାଳେ ଜିଲ୍ଲା ସାଂସ୍କୃତିକ ପତାକା ଉତ୍ତୋଳନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ ବୌଦ୍ଧ ହାଡିବନ୍ଧୁ ମହାକୁଡ଼ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଞ୍ଜନ କୁମାର ପ୍ରଧାନ ଏବଂ ସ୍ଥାନୀୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର