July 5, 2025
Home » ଉପଖଣ୍ଡ ସ୍ତରୀୟ କୃଷି ଯନ୍ତପାତି ମେଳା ଉଦଘାଟିତ

ଉପଖଣ୍ଡ ସ୍ତରୀୟ କୃଷି ଯନ୍ତପାତି ମେଳା ଉଦଘାଟିତ

0
WhatsApp Image 2024-12-27 at 3.37.49 PM

କୁଚିଣ୍ଡା ୨୭/୧୨ କୁଚିଣ୍ଡା କଲେଜ ପଡ଼ିଆ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବ ମୟ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।୩୦ ଗୋଟି ଷ୍ଟଲ ତିନି ଦିନ ଡିସେମ୍ବର ୨୭/୨୮ ଓ‌୨୯ ତାରିଖ ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ‌ ଉନ୍ନତ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିକ୍ରୟ,,ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ର ସଚେତନତା,କୃଷି ଓ ଆନୁସଙ୍ଗିକ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର,ବେଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ରୁଣ ର ସୁଯୋଗ, ନିର୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଆଗରୁ ବୁକିଂ ବ୍ୟବସ୍ଥା ବିଷୟରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଗୈାରବ ମୟ ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ହେମନ୍ତ ଜେନା ସଭାପତିତ୍ବ, ମୁଖ୍ୟ ଇଂଜିନିୟର ମୁକ୍ତି କାନ୍ତ ମହାପାତ୍ର, କୁଚିଣ୍ଡା ବ୍ଲକ ଚେୟାରମେନ ଭୁବନେଶ୍ୱର କିସାନ, ବାମରା ବ୍ଲକ ଚେୟାରମେନ ପିଙ୍କି ଧରୁଆ, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟ ରାଜ କିସାନ, କୃଷ୍ଣ ଚନ୍ଦ୍ର ଟପ୍ପୋ, ସାଂସଦ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ , ସୁପରିଟେଣ୍ଡେଣ୍ଡଅଭିମନ୍ୟୁ ଜେନା ଅତିଥି ଭାବରେ ଯୋଗଦେଇ ବିଭିନ୍ନ ଷ୍ଟଲ ଗୁଡିକ ପ୍ରଦର୍ଶନ କରିଛନ୍ତି। କୁଚିଣ୍ଡା କୃଷି ଅଧିକାରୀ ଏଡିଓ‌ ପ୍ରସନ୍ନ‌ କୁମାର ସ୍ବାଇଁ ଏହି ସଭାରେ ସ୍ବାଗତ ଅତିଥି ପରିଚୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଙ୍କ ବିୟୋଗରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଥିଲେ।ଏହି ଅବସରରେ କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ, ତହସିଲଦାର ମିତାଲି ମଧୁସ୍ମିତା ଦଲେଇ,ଏସଡିଭିଓ ପ୍ରସନ୍ନ ସାମଲ, କୁଚିଣ୍ଡା ହର୍ଟିକଲଚରିଷ୍ଟ ପ୍ରମୁଖ ଉପସ୍ଥିତ ରହିଥିଲେ।

କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *