December 25, 2025
Home » ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

0
vlcsnap-2024-12-03-12h49m08s3

-କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସାରଙ୍ଗଧର ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଯାଇଛି l ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଯୋଗଦେଇ ଚାଷ କ୍ଷେତ୍ରରେ ଚାଷୀ ର ଉର୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସହାୟତା ପ୍ରତ୍ୟେକ ଚାଷୀ ପାଖରେ ପହଞ୍ଚି ପାରିଲେ, ସରକାରଙ୍କ ଲକ୍ଷ୍ୟ ପୂରଣ ହେବାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l


ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପାଢ଼ୀ ମେଳା ର ଉଦେଶ୍ୟ ସଂପର୍କରେ ଆଲୋକପାତ କରି ଏହି ମେଳା ମାଧ୍ୟମରେ ଚାଷୀ ଯନ୍ତ୍ରପାତିରେ ଉପଯୁକ୍ତ ସବସିଡି ପାଇ ପାରିବେ ବୋଲି ପ୍ରକାଶ କରିଥିଲେ l ଜିଲ୍ଲା ଅଧିକାରୀ ବିମ୍ବାଧର ସାହୁ ଧନ୍ୟବାଦ ଦେଇଥିଲେ l

କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *