ଉପମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହେଲେ ରବିନାରାୟଣ ପଟ୍ଟନାୟକ

ଓଡ଼ିଶା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନୟାସବେରା ଟ୍ରଷ୍ଟ ପକ୍ଷରୁ ୫ମ ବାର୍ଷିକ ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ ।ଏହି ଅବସରରେ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ ରବିନାରାୟଣ ପଟ୍ଟନାୟକ ଙ୍କୁ ସ୍ୱେଚ୍ଛାସେବୀ ସମ୍ମାନ -୨୦୨୪ ରେ ସମ୍ମାନିତ କରାଯାଇଛି ।ଓଡ଼ିଶା ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ସମ୍ମାନ ରବିନାରାୟଣ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ପଟ୍ଟନାୟକ ଏକ ଧାରାରେ ଜଣେ ସମାଜସେବୀ ସହ ସ୍ତମ୍ବ ଲେଖକ । ଦୈନିକ ଖବର କାଗଜ ରେ ଶାଣିତ ସ୍ତମ୍ଭ ଲେଖା ପାଇଁ ମଧ୍ୟ ସେ ବେଶ୍ ପରିଚିତ ।ସମାଜରେ ଘଟୁଥିବା କୌଣସି ଅସୁବିଧା ବିଷୟକୁ ଶାଣିତ ଭାବେ କଥା ଉପସ୍ଥାପନ କରିବା ହେଉ କି କୌଣସି କଥା ଯାହା ଲୋକ ଲୋଚନକୁ ଆସିପାରୁନାହିଁ ସେହି କଥାକୁ ସାମ୍ନା କୁ ଆଣିବା ହେଉ ସବୁଥିରେ ନିଜ ଲେଖାର ସ୍ଵତନ୍ତ୍ର ପରିଚୟର ଛାପ ଛାଡ଼ିଛନ୍ତି । ଏହା ପାଇଁ ଶ୍ରୀ ପଟ୍ଟନାୟକ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରୁ ପ୍ରଶଂସିତ ଓ ସମ୍ମାନିତ ଆଗରୁ ମଧ୍ୟ ହୋଇଛନ୍ତି । ଏଥି ମଧ୍ୟରୁ ଟାଇମ୍ସ ୱର୍ନ ସେବା ସମ୍ମାନ ୨୦୨୩, ଜୟଦୂର୍ଗା ଫାଉଣ୍ଡେସନ ସମ୍ମାନ,ଉତ୍ସର୍ଗ କଲ୍ୟାଣ ସେବା ସମ୍ମାନ ୨୦୨୪, ସୃଜନୀ କାର୍ଯ୍ୟକ୍ରମ ସମ୍ମାନିତ,ସୌଦାମିନୀ ପତ୍ରିକା ତରଫରୁ ସାରସ୍ଵତ ସମ୍ମାନ,ପ୍ରେରଣା ଫାଉଣ୍ଡେସନ ପକ୍ଷରୁ ପ୍ରେରଣା ସେବା ସମ୍ମାନ,ଲାଇଫ ସେଭର୍ସ ଗ୍ରୁପ୍ ଟ୍ରଷ୍ଟ ପକ୍ଷରୁ ସମ୍ମାନ,ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେବା ମିତ୍ର ସମ୍ମାନ ଇତ୍ୟାଦି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।ସମ୍ମାନ ଗ୍ରହଣ ପରେ ଶ୍ରୀ ରବିନାରାୟଣ ପଟ୍ଟନାୟକ ନୟାସବେରା ଟ୍ରଷ୍ଟ ର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।