December 26, 2024
Home » ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ନଜ୍‌ ଫାଉଣ୍ଡେସନ୍‌ର ମ୍ୟାନେଜିଂ ଡ଼ାଇରେକ୍ଟରଙ୍କ ସାକ୍ଷାତ ଆଲୋଚନା

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ନଜ୍‌ ଫାଉଣ୍ଡେସନ୍‌ର ମ୍ୟାନେଜିଂ ଡ଼ାଇରେକ୍ଟରଙ୍କ ସାକ୍ଷାତ ଆଲୋଚନା

0

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍‌ (Nudge) ଇନ୍‌ଷ୍ଟିଚ୍ୟୁଟ୍‌ର ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀ ଭି. ଶ୍ରୀରାମ ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି । ଏହି ସାକ୍ଷାତକାର ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଏବଂ ନଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ତଥା ଫାଉଣ୍ଡର ଶ୍ରୀ ଅତୁଲ ସତ୍‌ଜିଆ ଉପସ୍ଥିତ ଥିଲେ ।
ସଂପ୍ରତି ରାଜ୍ୟରେ ଦାଦନଜନିତ ବିସ୍ଥାପନ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି । ଏହାର ସମାଧାନ ପାଇଁ ସରକାର ତ୍ୱରିତ ବେଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ପାଇଁ ସ୍ଥାୟୀ ରୋଜଗାରର ଅବସର ସୃଷ୍ଟି କରିବା ଦିଗରେ ଟାସ୍କାଫୋର୍ସ କାର୍ଯ୍ୟ କରିବ । ନଜ୍‌ ଫାଉଣ୍ଡେସନ୍‌ ଦାଦନ ଶ୍ରମିକଙ୍କ ସହ ପ୍ରତ୍ୟକ୍ଷ ରୂପେ ଯୋଡ଼ି ହୋଇ ସେମାନଙ୍କ ଦକ୍ଷତା ଅନୁଯାୟୀ ଆୟ ପନ୍ଥା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟକରିବାକୁ ଆଗ୍ରହୀ ବୋଲି ଫାଉଣ୍ଡେସନ୍‌ ପ୍ରସ୍ତାବ ଦେଇଥିଲେ । ନଜ୍‌ ଫାଉଣ୍ଡେସନ୍‌ ଝାରଖଣ୍ଡ ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ଜନଜାତିଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି ବୋଲି ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀରାମ ପ୍ରକାଶ କରିଥିଲେ ।

ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *