ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ମାଡ଼ ଅଭିଯୋଗ

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ମାଡ଼ ମରାଯାଇଥିବା ଥାନା ରେ ଅଭିଯୋଗ ହୋଇଛି l ସରକାରୀ ବାସଭବନ କୁ ପଶି ଦୃର୍ବୁତ୍ତ ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟ ମହାନନ୍ଦ ଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟ ମହାନନ୍ଦ ତାଙ୍କ ସରକାରୀ ବାସ ଭବନରେ ଥିଲେ l ହଠାତ୍ ୬ ରୁ ୭ ଜଣ ବ୍ୟକ୍ତି ତାଙ୍କ ବାସଭବନକୁ ପଶି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଡ଼ାକି ଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘରୁ ବାହାରି କଣ ହେଲା ବୋଲି ପଚାରି ଥିଲେ l ହଠାତ ସଂପୃକ୍ତ ବ୍ୟକ୍ତି ମାନେ ତୁ ବେଶୀ ହେଉଛୁ ବୋଲି ତାଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଦେବା ସହ ଦୁଇଟି ମୋବାଇଲ ଲୁଟି ନେଇ ଫେରାର ମାରିଥିଲେ l ଏହି ଘଟଣା ସମ୍ପର୍କରେ ଖବର ପାଇ ଉଲୁଣ୍ଡା ଥାନା ଅଧିକାରୀ ଲିଙ୍ଗରାଜ ସେଠୀ , ଏସଡିପିଓ ହେମନ୍ତ ରାଓ, ତହସିଲଦାର ମମତା ମେହେର ଘଟଣା ସ୍ଥଳରେ ପହଞ୍ଚି ପଚାରି ବୁଝିଥିଲେ l ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାନନ୍ଦ ଥାନାରେ ଲିଖିତ ଭାବରେ ଅଭିଯୋଗ କରିବାରୁ ପୁଲିସ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ତଦନ୍ତ ଆରମ୍ଭ କରିଛି l ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜେଳିନା ପାଧନ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଏବଂ ଜିଲ୍ଲା ପରିଷଦ ସିଇଓ ଅଶ୍ଵିନୀ ମେହେର ଥାନାରେ ପହଞ୍ଚି ଘଟଣା ବିଷୟରେ ଆଲୋଚନା କରିଥିବା ଜଣାପଡିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ