February 23, 2025
Home » ଉଲୁଣ୍ଡା ବ୍ଲକ ସ୍ତରୀୟ ପରାମର୍ଶ ଶିବିର,୨୩୮ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଲେ ତାଲିମ ପ୍ରଦାନକାରୀ ସଂସ୍ଥା l

ଉଲୁଣ୍ଡା ବ୍ଲକ ସ୍ତରୀୟ ପରାମର୍ଶ ଶିବିର,୨୩୮ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଲେ ତାଲିମ ପ୍ରଦାନକାରୀ ସଂସ୍ଥା l

0

ସୁବର୍ଣ୍ଣପୁର– ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁବର୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ପରିସରରେ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁଙ୍କ ଅଧ୍ଯକ୍ଷତାରେ ଯୁବକ ଓ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ଉଲୁଣ୍ଡା ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସେଫଏଜୁକେଟ ଲର୍ନିଙ୍ଗ ପ୍ରା. ଲିମିଟେଡ଼, ଆଵି ୱେଷ୍ଟ ସର୍ଭିସେସ ଲିମିଟେଡ଼ . ବ୍ଲାକ ପାନ୍ଥର , ଏନ ସି ଏ ଟି ସ୍କିଲ ଇଣ୍ଡିଆ , ଏସ ଆଇ ଏଚ ଏମ ବଲାଙ୍ଗୀର , ଏସ ବି ଆର ଏସ ଇ ଟି ଆଇ , ସରକାରୀ ଆଇ ଟି ଆଇ ଏବଂ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର ପ୍ରଭୁତି ବିଭିନ୍ନ ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦାନ କରି ଶିବିରରେ ଯୁବକ ଯୁବତୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।ଏହି ଶିବିରରେ ଉଲୁଣ୍ଡା ବ୍ଲକ ଅଂଚଳର ୨୩୮ ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରି ଉପସ୍ଥିତ ତାଲିମ ପ୍ରଦାନକାରୀ ସଂସ୍ଥା ଠାରୁ ପରାମର୍ଶ ନେଇଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *