ଉଲ୍ଲେଖନୀୟ ସଫଳତା ପାଇଁ କଟକ ଏନସିସି କ୍ୟାଡେଟ ମାନେ ସମ୍ମାନିତ

ପାରାଦୀପ /କଟକ -. ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଟକ ଏନସିସି ଗ୍ରୁପ୍ର ପାଞ୍ଚଜଣ କ୍ୟାଡେଟଙ୍କୁ ଶନିବାର ଦିନ ଏକ ଆଡମ୍ବରପୂର୍ଣ୍ଣ ସମାରୋହରେ ସମ୍ମାନିତ କରାଯାଇଛି। ଏହି ସମ୍ବର୍ଦ୍ଧନା ସମାରୋହ କଟକ ଏନସିସି ଗ୍ରୁପ୍ ମୁଖ୍ୟାଳୟରେ, ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଉତ୍ସର୍ଗ ଏବଂ ଏକନିଷ୍ଠ ସାଧନାର ମାଧ୍ୟମରେ ଗୌରବ ଆଣିଥିବା ଏହି କ୍ୟାଡେଟମାନେ ହେଲେ କ୍ୟାଡେଟ ବିଶାଲ ପଲାଇ, ପାରାଦୀପ କଲେଜ, ୩ ଓଡ଼ିଶା ନାଭାଲ ଏନସିସି, ଯିଏ ଅଲ୍ ଇଣ୍ଡିଆ ୟାଚିଂ ରୋଗାଟା ୨୦୨୫ ରେ ସ୍ୱର୍ଣ୍ଣ ପଦକ ଅର୍ଜନ କରି, ପାରାଦୀପ କଲେଜ ଏବଂ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ସେହିପରି କ୍ୟାଡେଟ ଆକାଶ କୁମାର ସାହୁ,ଶ୍ରୀ ଜୟଦେବ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ନହରକଣ୍ଟା, ୩ ଓଡ଼ିଶା ନାଭାଲ ଏନସିସି, ସର୍ଜେଣ୍ଟ ପୁଷ୍ପାଞ୍ଜଳି ମହାପାତ୍ର,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ପ୍ରଥମ ଓଡ଼ିଶା ବାଟାଲିୟନ ବାଳିକା ଏନସିସି,କ୍ୟାଡେଟ ପ୍ରିୟାଂଶା ହୋତା,ଡିଏଭି ୟୁନିଟ୍–୮, ଭୁବନେଶ୍ୱର, ୧ ଓଡ଼ିଶା ବାଳିକା ବାଟାଲିୟନ ଏନସିସି, କ୍ୟାଡେଟ ରାଜେଶ ଗ୍ରହାଚାର୍ଯ୍ୟ,ଏଲ.ଏନ୍. ମହାବିଦ୍ୟାଳୟ, କୋରୁଆ, ପ୍ରଥମ ବାଟାଲିୟନ ଏନସିସି, ଯିଏ କାଲୁବାଡା ସେତୁ ନିକଟରେ ବୁଡ଼ୁଥିବା ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଉଦ୍ଧାର କରି ମାନବିକତା ଓ ସାହସିକତାର ଉଦାହରଣ ସୃଷ୍ଟି କରିଛନ୍ତି। କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ କ୍ୟାଡେଟମାନଙ୍କୁ ସେମାନଙ୍କର ପ୍ରତିବଦ୍ଧତା, ଶୃଙ୍ଖଳା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ l
ପାରାଦୀପ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ