ଏଆଇଏନଇଏଫର ୩୫ ତମ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନିଖିଳ ଭାରତ ସମ୍ବାଦପତ୍ର କର୍ମଚାରୀ ସଂଘର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡା ନିକଟସ୍ଥ କୁଚିପୁଡ଼ି ଗ୍ରାମରେ ସ୍ତିତ ଏସ ଏସ ଏଲ୍ କନଭେନସନ ସେଣ୍ଟର ଠାରେ ସଂଘର ଉପସଭାପତି ପୀୟୂଷ ବାଜପେୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକାରିଣୀ ବୈଠକରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆସାମ ,ପଶ୍ଚିମବଙ୍ଗ ବିହାର,ଓଡ଼ିଶା, ଦିଲ୍ଲୀ ସହ ମୋଟ ସତର ଗୋଟି ରାଜ୍ଯର ପ୍ରତିନିଧି ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକ ଓ ଗଣମାଧ୍ୟମ କର୍ମଚାରୀମାନଙ୍କ ସୁରକ୍ଷା ପ୍ରଦାନ , ସେମାନଙ୍କୁ ନିଶ୍ଚିତ ପାରିଶ୍ରମିକ, ସ୍ୱାସ୍ଥ୍ୟ ସେବା, ଅବସର କାଳୀନ ଭତ୍ତା ଓ ଅନ୍ୟନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗଣତନ୍ତ୍ରର କଣ୍ଠରୋଧ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ସଡଜନ୍ତ୍ରକୁ ମୁକାବିଲା କରିବା ପାଇଁ କଠୋର ନିଷ୍ପତ୍ତି ନିଆଯାଉ ବୋଲି ଦାବି ସହ ଆଲୋଚନା କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ଭି. ବାଲ ଗୋପାଳମ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ସଂଘର ବରିଷ୍ଠ ଉପସଭାପତି ତଥା ଆନ୍ଧ୍ରପ୍ରଦେଶ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଓଙ୍କ ଆବାହକତ୍ଵରେ ଉକ୍ତ ଅନୁଷ୍ଠିତ ବୈଠକ ପରିଶେଷରେ ସଂଘର କୋଷାଧ୍ୟକ୍ଷ ଆର ଡ଼ି ପ୍ରସାଦ ଧନ୍ଯବାଦ ପ୍ରଦାନ କରିଥିଲେ ।
ଏହି ଅବସରରେ ଅୟୋଜିତ ଆନ୍ଧ୍ରପ୍ରଦେଶ ସାମ୍ବାଦିକ ସଂଘର ୩୫ତମ ରାଜ୍ଯ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଓ ଏପିଜେୟୁର ସମ୍ମାନିତ ସଭାପତି ଏମ୍ ବୁଦ୍ଧ ପ୍ରସାଦ ଯୋଗ ଦେଇ ମଞ୍ଚାସିନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମ୍ମାନିତ ସଭାପତି ଡ଼ଃ ପି .ଏସ .ରାଓ,ସଂଘର ସାଧାରଣ ସମ୍ପାଦକ ବାଲଗୋପଲନ ଭି,କୁଚିପଡ଼ି ଗ୍ରାମର ସରପଞ୍ଚ ବିଜୟଲକ୍ଷ୍ମୀ, ଉଦ୍ୟୋଗପତି ଭି ଶ୍ରୀନିବାସ ରାଓ, ଉଦ୍ୟୋଗପତି ସିହେଚ ଶିବରାମ ପ୍ରସାଦ , ସିହେଚ ପୂର୍ଣ୍ଣ ଚନ୍ଦ୍ର ରାଓ ମଞ୍ଚାସିନ ଥିଲେ । ଉକ୍ତ ସମ୍ମିଳନୀରେ ସଂଘର ବରିଷ୍ଟ ଉପ ସଭାପତି ତଥା ଏଆଇଏନଇଏଫର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଓ ଅଧ୍ୟକ୍ଷତା କରିଥିଲେ ।
ଉକ୍ତ ସମ୍ମିଳନୀରେ ରାଜ୍ଯରୁ ଆସିଥିବା ବିଭିନ୍ନ ସାମ୍ବାଦିକ ମାନେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀ ଅବସରରେ ସିଧେନ୍ଦ୍ର ୟୋଗୀ କୁଚିପୁଡ଼ି କଳା ପୀଠମର ଭାଇସ ପ୍ରିନ୍ସିପଲ ଡ଼ଃ ଚିନ୍ତା ରବି ବାଳ କୃଷ୍ଣଙ୍କ ଦ୍ଵାରା ନିର୍ଦ୍ଦେଶିତ ମୋହିନୀ ଭିଶ୍ମାସୁରା ନୃତ୍ୟ ଡ୍ରାମାଟିକୁ ତାଙ୍କ ଛାତ୍ରୀମାନଙ୍କ ଦ୍ଵାରା ଅତି ନିପୂଣ ତଥା ଚିତାକର୍ଷକ ଭାବେ ପରିବେଷଣ କରିଥିଲେ । ଏଥିରେ ଭସ୍ମଦୁରା ଜେ ସରାନ୍ୟ,ମୋହିନୀ ଭି ଲାସ୍ୟ ସତ୍ୟଶ୍ରି,ବିଷ୍ଣୁ ମୂର୍ତ୍ତି ଏନ ସରୟୁ, ଲକ୍ଷ୍ମିଦେବୀ ପି ଚାରିତା ଶ୍ରୀ ଅଞ୍ଜନୀ,ଶୋଭା ୟୁ ମହାଲକ୍ଷ୍ମୀ, ପାର୍ବତୀ ଏମ ଭୁବନା ଭାବେ ମୁଖ୍ୟ ଭୂମିକାରେ ଥିବା ବେଳେ ପି ଶ୍ରଭୟ ଗ୍ରିଶ୍ମା, ଡି ଵର୍ଷିତା ବର୍ମା,ଏଲ୍.ସୁସ୍ମିତା, ଭି ଶ୍ରୀ ରାମ ଲୀଳା,ପି.ହରିଶ୍ରି ନୃତ୍ୟ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାରୁ ସତ୍ୟାନନ୍ଦ ପାତ୍ର ,ରବି ରାଉତ,ତିରୁପତି ପ୍ରସାଦ ପଟ୍ଟନାୟକ ପ୍ରତିନିଧିତ୍ଵ କରିଥିଵା ବେଳେ ସେମାନଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।