ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡ଼ ଘଟଣା

ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡ଼ କରିବା ଘଟଣା ଇତି ମଧ୍ୟରେ 7 ମାସ ବିତିଲାଣି। ହେଲେ ଦୁର୍ଭାଗ୍ୟର ବିଷୟ ପୂର୍ବତନ ରାଜ୍ୟପାଳ ଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ପୁରୀ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଦୀର୍ଘ 7 ମାସ ବିତିଯାଇଥିଲେ ମଧ୍ୟ ଏହି ଘଟଣାର କୌଣସି ତଦନ୍ତ ହୋଇନାହିଁ। ଯାହାକୁ ନେଇ ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପତ୍ନି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାରେ ପୁରୀ ସମୁଦ୍ର କୂଳ ଥାନା ପୋଲିସ କ’ଣ ତଦନ୍ତ କରିଛି ତାହା ବୁଝିବାପାଇଁ ବୈକୁଣ୍ଠ ଙ୍କ ପତ୍ନୀ ପୁରୀ ସମୁଦ୍ର କୂଳ ଥାନା ଆସିଥିଲେ। ହେଲେ ପୋଲିସ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ବୈକୁଣ୍ଠଙ୍କ ପତ୍ନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଯେଭଳି ଆକ୍ରମଣ କରାଗଲା ଏବଂ ଅଭିଯୁକ୍ତ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା, ରାଜ୍ୟ ସରକାର ମଧ୍ୟ ଏନେଇ କୌଣସି ପଦକ୍ଷେପ ନନେବାକୁ କଡ଼ା ସମାଲୋଚନା କରିଛନ୍ତି ବୈକୁଣ୍ଠଙ୍କ ପତ୍ନୀ। ଓଡ଼ିଶାରେ ଗଠନ ହୋଇଥିବା ନୂତନ ସରକାର ଠାରୁ ଏବେ ବି ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ବୈକୁଣ୍ଠ ଙ୍କ ପତ୍ନୀ। ସରକାରଙ୍କ ଠାରୁ ନ୍ୟାୟ ନମିଳିଲେ ବାଧ୍ୟ ହୋଇ ସେ କୋର୍ଟର ଦ୍ବାରସ୍ଥ ହେବେ ବୋଲି ବୈକୁଣ୍ଠଙ୍କ ପତ୍ନୀ କହିଛନ୍ତି। ସେପଟେ ବୈକୁଣ୍ଠ ପ୍ରଧାନଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ଅଲ୍ ଓଡିଶା ଯବାନ୍ ଭେଟରାନ ସଂଘ ମଧ୍ୟ ସମୁଦ୍ର କୂଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ ବୈକୁଣ୍ଠଙ୍କୁ ସରକାର ନ୍ୟାୟ ପ୍ରଦାନ ନକଲେ ଓଡିଶା ଯବାନ ଭେଟେରାନ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ଗତ 2024 ଜୁଲାଇ 7 ତାରିଖ ରେ ପୁରୀ ରାଜଭବନ ରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଙ୍କ ପୁଅ ଲଳୀତ କୁମାର ଓ ତାଙ୍କ 6 ଜଣ ସାଥୀ ଏ ଏସ ଓ ବୈକୁଣ୍ଠ ପ୍ରଧାନ ଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିଲେ। ପୂର୍ବତନ ରାଜ୍ୟପାଳ ଙ୍କ ପୁଅ ଏ ଏସ ଓ ବୈକୁଣ୍ଠ କୁ ଏକ ଲଗଜୁରି ଗାଡ଼ି ବ୍ୟବସ୍ଥା ପାଇଁ କହିଥିଲେ। ହେଲେ ସେହିଦିନ ପୁରୀ ରେ ରାଷ୍ଟ୍ରପତି ଙ୍କ କାର୍ଯ୍ୟକ୍ରମ ପାଈଁ ଲଗଜୁରି ଗାଡ଼ି ନ ଥିଲା। ଏହି ଘଟଣା କୁ ନେଇ ପୂର୍ବତନ ରାଜ୍ୟପାଳ ଙ୍କ ପୁଅ ଓ ତାଙ୍କ 6 ସାଥୀ ବୈକୁଣ୍ଠ ଆକ୍ରମଣ କରିଥିବା ବୈକୁଣ୍ଠ ଙ୍କ ପତ୍ନୀ ଅଭିଯୋଗ କରିଥିଲେ। ପରେ ବୈକୁଣ୍ଠ ନିଜେ ଜୁଲାଇ 11 ତାରିଖ ରେ ଅନ୍ ଲାଇନ ରେ ଏତଲା ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବୈକୁଣ୍ଠ ଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
ବୈକୁଣ୍ଠ ପ୍ରଧାନ ଙ୍କ ପତ୍ନୀ ସାୟୋଜ କୁମାରୀ ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଛନ୍ତି, ଗତ ଶନିବାର ରାଜ୍ୟପାଳ ଙ୍କୁ ଭେଟିବାକୁ ଯାଇଥିଲି। ତେବେ ରାଜ୍ୟପାଳ ଙ୍କ ସହ ଦେଖା ହୋଇ ପାରିନଥିଲା। ତେବେ ରାଜ୍ୟପାଳ ଙ୍କ ଅଫିସ ରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀ କହିଲେ ଆପଣ ପୁରୀ ସମୁଦ୍ର କୂଳ ଥାନା କୁ ନିଜେ ଯାଇ ମାମଲା ଅଗ୍ରଗତି କଣ ହୋଇଚି ତାହା ବୁଝନ୍ତୁ। ଏହା ପରେ ଲିଖିତ ଆକାର ରେ ଆସି ରାଜ୍ୟପାଳ ଙ୍କୁ ଦିଅନ୍ତୁ। ତେବେ ସି ବିଚ୍ ଥାନା କୁ ମୁଁ ଆସି କେସ ର ଅଗ୍ରଗତି ନେଇ ବୁଝିବାକୁ ଆସିଚି। ହେଲେ ଏ ନେଇ ମତେ କୌଣସି ସୂଚନା ଦିଆଯାଇନାହିଁ। ଗତ 2024 ମସିହା ଜୁଲାଇ 11 ତାରିଖ ରେ ଅନଲାଇନ ମଲ ସ୍ବାମୀ ଏତଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେବେ ଅଭିଯୁକ୍ତ ପ୍ରଭାବଶାଳୀ ବ୍ୟକ୍ତି ହୋଇ ଥିବାରୁ ରାଜନୈତିକ ଚାପ ରହୁଚି। ଏଣୁ ପୋଲିସ୍ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ। ତେବେ ପୂର୍ବତନ ରାଜ୍ୟପାଳ ଏହି ଘଟଣା ରେ ମତେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛି ବି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ତେବେ ଆମର ଆଶା ଅଛି ପୋଲିସ୍ ପକ୍ଷରୁ ଏହି ଘଟଣା ର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ଆମକୁ ନ୍ୟାୟ ନମିଳେ ଆମେ ଆଇନଗତ ଲଢେଇ ପାଇଁ କୋର୍ଟ ଙ୍କ ଦ୍ଵାରସ୍ଥ ହେବୁ।
ଅଲ୍ ଓଡ଼ିଶା ଭେଟରାନ ସୋଲଜୋର୍ ଆସୋସିଏସନ୍ ଜେନେରାଲ ସେକ୍ରେଟେରୀ ଉମେଶ କୁମାର ଚଇନି କହିଛନ୍ତି, ଗତ 2024 ଜୁଲାଇ 7 ତାରିଖ ରୁ ଆମ ସଂଗଠନ ର ସଦସ୍ୟ ବୈକୁଣ୍ଠ ପ୍ରଧାନ ଙ୍କୁ ଆକ୍ରମଣ ଘଟଣା ରେ ନ୍ୟାୟ ମିଳିନାହିଁ। ମାମଲା ର ତଦନ୍ତ କେତେ ଅଗ୍ରଗତି ହୋଇଚି ତାହା ବୁଝିବାକୁ ଆମେ ପୁରୀ ସମୁଦ୍ର କୂଳ ଥାନା ଆସିଚୁ। ମୋର ପ୍ରଶ୍ନ କଣ ପୋଲିସ୍ ବିଭାଗ ଶୋଇ ପଡ଼ିଛି ନା ପୋଲିସ୍ ବ୍ୟବସ୍ଥା ସମ୍ପୂର୍ଣ ବିଫଳ? ଦୀର୍ଘ 7 ମାସ ଘଟଣା ବିତିଥିଲେ ମଧ୍ୟ ଏହି ଘଟଣା ରେ କୌଣସି ତଦନ୍ତ ହେଉନାହିଁ। ଆଜି ପର୍ଯ୍ୟନ୍ତ ଏହି ଘଟଣା ର ତଦନ୍ତ ପାଇଁ କୌଣସି ତଦନ୍ତ କାରୀ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଯାଇନାହିଁ। ଏଠି ପ୍ରଶ୍ନ ଉଠୁଚି ଯଦି କୌଣସି ଭୁଲ କାର୍ଯ୍ୟ ହୋଇଚି ଅଭିଯୋଗକାରୀ କୁ କାହିଁକି ନ୍ୟାୟ ମିଳିନାହିଁ। ଜଣେ ଯବାନ ଦେଶ ପାଈଁ ବଳିଦାନ ଦେଉଚି। ଦେଶ ମାତୃକା ପାଈଁ ନିଜ ଜୀବନ ଉତ୍ସର୍ଗ କରୁଛି। କିନ୍ତୁ ଦୁଃଖ ର ବିଷୟ ଜଣେ ସେନାନିବୃତ ଯବାନ ଙ୍କୁ ନ୍ୟାୟ ମିଳୁନାହିଁ। ଏଥିରେ ଜନସାଧାରଣ ଙ୍କୁ କଣ ନ୍ୟାୟ ମିଳିବ? ଆମେ ଆଶା କରୁଚୁ ନିଶ୍ଚିତ ନ୍ୟାୟ ମିଳୁ। ଯଦି ନ୍ୟାୟ ନମିଳେ ଆମେ ଆଇନଗତ ଲଢେଇ ପାଇଁ କୋର୍ଟ ର ଦ୍ୱାରସ୍ଥ ହେବୁ। ତେବେ ଆମ ସଂଗଠନ ଯବାନ ମାନଙ୍କ ସହ ରହିବ। ନ୍ୟାୟ ପାଇଁ ଲଢେଇ କରିବୁ। ଆମେ ସରକାର ଙ୍କୁ ଅନୁରୋଧ କରୁଛୁ ପୋଲିସ୍ ବିଭାଗ କୁ ରାଜନୈତିକ ଚାପ ରୁ ମୁକ୍ତ କରନ୍ତୁ। ଏହା ଦ୍ଵାରା ଲୋକ ମାନେ ନ୍ୟାୟ ପାଇବେ। ଦେଶରେ ଶାସନ ବ୍ୟବସ୍ଥା ଠିକ୍ ଚାଲିବ। ପୁରୀ ଏସପି ବିନୀତ ଅଗ୍ରୱାଲ କହିଚନ୍ତି, ଏ ଏସ ଓ ବୈକୁଣ୍ଠ ପ୍ରଧାନ ଓ ତାଙ୍କ ପତ୍ନୀ ଆସୀ ମତେ ଭେଟିଛନ୍ତି। ତାଙ୍କର ଦାବୀ ପତ୍ର ଆମେ ଗ୍ରହଣ କରିଚୁ। ତାଙ୍କର ଅଭିଯୋଗ ଉପରେ ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବା। ତେବେ ସେ ଏକ ଅଭିଯୋଗ ପତ୍ର ଆମକୁ ଦେଇଛନ୍ତି। ତାହା ଆମେ ଅନୁଧ୍ୟାନ କରିବୁ। ପୁର୍ବରୁ ଯାହା ତଦନ୍ତ ହୋଇଥିବା ସେହି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବୁ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )