August 27, 2025
Home » ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ,

ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ,

0
WhatsApp Image 2025-08-03 at 12.12.25 PM

ତାମିଲନାଡୁ :ଏକା ସାଙ୍ଗରେ ପରୀକ୍ଷା ଦେଇ ପାସ୍ କରିଛନ୍ତି ମାଆ ଓ ଝିଅ । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ୪୯ ବର୍ଷୀୟା ମହିଳା ଏବଂ ତାଙ୍କ ଝିଅ । ତାମିଲନାଡୁରୁ ଏହି ଖବର ଆସିବା ପରେ ଏବେ ସାରା ଦେଶରେ ସେହି ମାଆ ଜଣଙ୍କୁ ନେଇ ଚର୍ଚ୍ଚା ଯିଏ ନିଜ ଇଚ୍ଛାକୁ ଶେଷରେ ପୂରା କରିପାରିଛନ୍ତି ।

ଅମୁଥାଭଲ୍ଲୀ ମଣିଭନ୍ନନ ଜଣେ ଫିଜିଓଥେରାପିଷ୍ଟ । ନିଜ ଝିଅ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଖି ତାଙ୍କର ବି ପରୀକ୍ଷା ଦେବାକୁ ଇଚ୍ଛା ହୋଇଥିଲା । ପଢା ପରେ ତାଙ୍କର ଡାକ୍ତରୀ ପଢିବାକୁ ଇଚ୍ଛାଥିଲେ ବି ବିଭିନ୍ନ ସମସ୍ୟା ପାଇଁ ତାଙ୍କ ସ୍ବପ୍ନ ପୂରା ହୋଇନଥିଲା ଆଉ ସେ ଫିଜିଓଥେରାପିକୁ ବାଛିଥିଲେ । ମାତ୍ର ୩ ଦଶନ୍ଧି ପରେ ଝିଅର ମେଡିକାଲ ପ୍ରସ୍ତୁତି ଦେଖି ପୁଣିଥରେ ଯେତେବେଳେ ତାଙ୍କ ଇଚ୍ଛା ଉଙ୍କି ମାରିଛି ସେତେବେଳେ ସେ ଆଉ ନିଜ ଇଚ୍ଛାକୁ ମାରି ନଦେଇ ଇଚ୍ଛାରେ ଉଡାଣ ଭରିବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଣ କରିଥିଲେ ।

ଯଦିଓ ତାଙ୍କ ସମୟର ସିଲାବସ୍ ଏବେ ବହୁତ ଜଟିଳ ଥିଲା ଏବଂ ପାଠପଢା ପୂରା ବଦଳିଯାଇଥିଲା ମାତ୍ର ଝିଅ ଠାରୁ ବହି ଆଣି ଏବଂ ଝିଅର ସାହାଯ୍ୟ ନେଇ ସେ ପୁଣିଥରେ ପଢାପଢି ଆରମ୍ଭ କରିଥିଲେ । ଝିଅ କୋଚିଂ ନେଉଥିବାରୁ ତା ଠାରୁ ବହି ଆଣି ପ୍ରସ୍ତୁତ ହେଉଥିଲେ । ଝିଅ ବି ମାଆର ସ୍ବପ୍ନକୁ ପୂରା କରିବାକୁ ମାଆକୁ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ । ଆଉ ଶେଷରେ ଝିଅ ସହ ମାଆ ଦୁଇ ଜଣ ଯାକ ନିଟ୍ ପରୀକ୍ଷାରେ ପାସ୍ କରିଛନ୍ତି । ଆଉ ୪୯ ବର୍ଷୀୟା ମାଆ ଜଣଙ୍କ ନିଜ ଜିଲ୍ଲାରେ ଥିବା ଏକ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇଛନ୍ତି । ତେବେ ନିଟ୍ ପାସ୍ ପରେ ମାଆ ତାଙ୍କ ଝିଅକୁ ସବୁ ଶ୍ରେୟ ଦେଇ କହିଛନ୍ତି- ମୋ ଝିଅ ମୋ ପାଇଁ ବଡ ପ୍ରେରଣା । ତାକୁ ଦେଖି ମୁଁ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କଲି । ମୁଁ ତାଠୁ ବହି ମାଗି ପଢିଲି ଆଉ ପାଇଗଲି ।

ସେହିପରି ଝିଅ ସାମ୍ୟୁକ୍ଥା କହିଛନ୍ତି- ମୁଁ ଚାହୁଁଥିଲି କାହାକୁ ପଢାଇ କିମ୍ବା କେହି ମୋ ସହ ଏହି ପାଠପଢାରେ ସହଯୋଗ କରୁ ଯାହା ଫଳରେ ମୁଁ ରିଭାଇଜ୍ କରି ପାରିବି । ଯେହେତୁ ବାପା ଓକିଲ ସେ ଏଥିରେ ଆଗ୍ରହ ଦିଅନ୍ତିନି ମାତ୍ର ମାଆ ମେଡିକାଲ ବ୍ୟାକଗ୍ରାଉଣ୍ଡରୁ ଆସିଥିବାରୁ ସେ ଏହି କାମକୁ ମୋର ସହଜ କରିବା ସହ ସିଏ ବି ସଫଳ ହୋଇଛନ୍ତି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *