ଏକ ଦେଶ ଏକ ନିର୍ବାଚନ ପରିପେଖିରେ ଦେଓଗଡ ଟାଉନ୍ ସ୍ଥିତ ସେଣ୍ଟର୍ ଫର୍ କଳଚର୍ ଠାରେ ଜିଲ୍ଲା ବୁଦ୍ଧିଜୀବି ଆଲୋଚନା ଚକ୍ର ଅନୁଷ୍ଠିତ।

ଏକ ଦେଶ ଏକ ନିର୍ବାଚନ ପାଇଁ ଗଠିତ କମିଟି ର ଅଧକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହୋଦୟ ୧୮୦୦୦ ପୃଷ୍ଠାର ଏକ ପୂର୍ଣ୍ଣ ପ୍ରସ୍ତାବକ ଯାହାକି ୪ ଜଣ ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି, ୩ ଜଣ ହାଇକୋର୍ଟ ବିଚାରପତି, ଜଣେ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ୨୮୫୮୮ ଜଣ ସାଧାରଣ ନାଗରିକ ଙ୍କ ମତାମତ ଗ୍ରହଣ କରାଯାଇଛି l
ଏହାକୁ ୮୧%ସମର୍ଥନ ରହିଛି l ପରବର୍ତ୍ତୀ ସମୟରେ ଡିସେମ୍ବର ୧୭ ତାରିଖ ୨୦୨୪ ରେ ଲୋକସଭା ରେ ୨୬୯/୧୯୮ ରେ ଏହା ପାରିତ ହୋଇ JPC କୁ ପଠା ଯାଇଥିଲା ବେଳେ ଅନ୍ୟ ପକ୍ଷରେ ସେଣ୍ଟର ଫୋର କଲଚର ଦେବଗଡ ଠାରେ ଏକ ଦେଶ ଏକ ନିର୍ବାଚନ ଉପରେ ଏକ କର୍ମଶାଳା ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁ ଙ୍କ ପୌରହିତ୍ୟ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ କାର୍ଯ୍ୟକ୍ରମ ରେ ବକ୍ତା ଭାବେ ରାଜ୍ୟ ରୁ ଆସିଥିବା ଶ୍ରୀଯୁକ୍ତ ସଜ୍ଜନ କୁମାର ଶର୍ମା, ସଂଯୋଜକ ରଶ୍ମି ରଞ୍ଜନ କାନୁନ ଗୋ, ଦୀପକ କୁମାର ଗୋଛାୟତ, ଦେଓଗଡ ଜିଲ୍ଲା ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ, ଆଇନଜୀବୀ ବିଭୁତି ଗଂଗଦେବ,ଜିଲ୍ଲା ନାଗରିକ କମିଟି ସଭାପତି ସୁଶୀଲ କପରଦାର, ଶିକ୍ଷାବିତ ମାର୍କଣ୍ଡ ଶତପଥି, ଜିଲ୍ଲା ଚଷା ସମାଜ ସମ୍ପାଦକ ଚୂଡ଼ାମଣି ପ୍ରଧାନ, ଜିଲ୍ଲା ଗଣ୍ଡ ସମାଜ ଉପଦେଷ୍ଟା ପ୍ରସନ୍ନ ନାଏକ,ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାର ସାମ୍ବାଦିକ ଗଣ, ଦେବଗଡ଼ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ l ଏକ ଦେଶ ଏକ ନିର୍ବାଚନ ର ମହତ୍ୱ ଓ ରାଷ୍ଟ୍ରହିତ ପଦକ୍ଷେପ ବୋଲି ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ l