October 23, 2025
Home » ଏକ ପେଡ ମା କେ ନାମ୍ କାର୍ଯ୍ଯ କ୍ରମ କୁ ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ 

ଏକ ପେଡ ମା କେ ନାମ୍ କାର୍ଯ୍ଯ କ୍ରମ କୁ ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ 

0
WhatsApp Image 2025-09-05 at 12.55.57 PM

 

 

ଜିଲ୍ଲା ରେ ବିତରଣ ଓ ରୋପଣ ହେବ ୯୪ ହଜାର ୫୦୦ ଗଛ

 

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଠାରେ ଏକ୍ ପେଡ୍ ମା କେ ନାମ ଗଛ ବିତରଣ କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପ ରାଜ ସାହୁ ସବୁଜ ପତାକା ଦେଖାଇ ଉଦଘାଟନ କରି ଥିବା ବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ କୁ ସଫଳ କରାଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ l ସବୁ ପଞ୍ଚାୟତ କୁ ଆଜି ଗଛ ପଠାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ l ଜିଲ୍ଲାପାଳ ଙ୍କ ସରକାରୀ ବାସଭବନ ସମ୍ମୁଖରେ ଆୟୋଜନ ହୋଇ ଥିବା ଏହି କାର୍ଯ୍ୟକମ କୁ ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ୍ ଶର୍ମା ସଂଯୋଜନା କରିଥିଲେ l ରେଞ୍ଜର ସୁବାଷ ମହାପାତ୍ର, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ଙ୍କ ସମେତ ବନ ବିଭାଗ ର ସମସ୍ତ ଅଧିକାରୀ ଏଥିରେ ସହଯୋଗ କରିଥିଲେ । ଆଜି ଦୁଇଟା ଗାଡ଼ିରେ ଜିଲ୍ଲା ର ବିଭିନ୍ନ ପଞ୍ଚାୟତ କୁ ଗଛ ଗଛ ବିତରଣ ପାଇଁ ଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖ ରେ ସାରା ଜିଲ୍ଲାରେ ଦିନକିଆ ବନୀକରଣ କାର୍ଯ୍ୟକ୍ରମ ହେବା । ଜିଲ୍ଲାର ୧୦୯ ଗୋଟି ସମସ୍ତ ପଞ୍ଚାୟତ ରେ ୫୦୦ ଟା ଲେଖାଏ ୫୪ ହଜାର ୫୦୦ ଗୋଟି ଗଛ ବିତରଣ ସହ ବନ ବିଭାଗ ରୁ ୪୦ ହଜାର ଗଛ ସର୍ବ ମୋଟ ୯୪, ହଜାର ୫୦୦ ଗୋଟି ଗଛ ସାରା ଜିଲ୍ଲା ରେ ଏହି ଯୋଜନା ରେ ବୃକ୍ଷ ରୋପଣ ହେବ ବୋଲି ଡି ଏଫ୍ ଓ ଶ୍ରୀ ଶର୍ମା ଙ୍କ ଠାରୁ ସୂଚନା ମିଳିଛି । ପ୍ରତି ପଞ୍ଚାୟତକୁ ଶ୍ରୀ ଶର୍ମା ପରିଦର୍ଶନ କରି ଏହାର ତଦାରଖ କରିବେ ଓ ଜିଲ୍ଲାପାଳ ଡଃ.ସାହୁ ମଧ୍ୟ ବିଭିନ୍ନ ଅଞ୍ଚଳ କୁ ଅଚାନକ ପରିଦର୍ଶନ କରି ଏହି ଯୋଜନା ର ତଦାରଖ କରିବେ ବୋଲି ସୁଚନା ମିଳିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *