July 7, 2025
Home » ଏକ ରାଷ୍ଟ୍ର ଏକ ନିର୍ବାଚନ ନିଷ୍ପତି ଗଣତନ୍ତ୍ରର ହତ୍ୟା:  ସମାଜବାଦୀ ପାର୍ଟି

ଏକ ରାଷ୍ଟ୍ର ଏକ ନିର୍ବାଚନ ନିଷ୍ପତି ଗଣତନ୍ତ୍ରର ହତ୍ୟା:  ସମାଜବାଦୀ ପାର୍ଟି

0
WhatsApp Image 2024-12-13 at 6.04.35 PM

ଭୁବନେଶ୍ୱର : ଏକ ରାଷ୍ଟ୍ର ଏକ ନିର୍ବାଚନ ନିଷ୍ପତି ଭାରତୀୟ ସଂଘୀୟ ବ୍ୟବସ୍ଥାର ବିରୋଧୀ ଏବଂ ଅଗଣତାନ୍ତ୍ରିକ ବୋଲି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ହାତି ଏକ ଗଣ ମାଧ୍ୟମ ସାକ୍ଷାତକାର ରେ କହିଛନ୍ତି l

ସମାଜବାଦୀ  ପାର୍ଟି କହିଛି ଯେ ଏହି ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ କରିହେବ ନାହିଁ  ବର୍ତମାନର ସମ୍ବିଧଧାନିକ ପ୍ରକ୍ରିୟାରେ ଏକ ରାଷ୍ଟ୍ର ଏକ ନିର୍ବାଚନ ପଦ୍ଧତି ସମ୍ଭବ ନୁହେଁ  କାରଣ ଏଥିପାଇଁ ୫ଟି ସାମ୍ବିଧାନିକ ଧାରା ର ସଂଶୋଧନ ନିତ୍ୟାନ୍ତ ଆବଶ୍ୟକ l ପୃଥ‌ିବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା କିପରି ଭାବେ କାର୍ଯ୍ୟକାରୀ ହେବ ଏବଂ ଏହାର ସ୍ଥାୟୀତ୍ର ରହିବ ନା ନାହିଁ ତାହା ଏକ ବଡ ପ୍ରଶ୍ନ ଭାବେ ଦେଖାହେବ ।

ବାସ୍ତଳ ପ୍ରସଙ୍ଗ ଗୁଡିକ ଉପରୁ ଲୋକଙ୍କ ଦୃଷ୍ଟିକୁ ଏଡାଇବା ପାଇଁ  ବିଜେପି ଏପରି ପଦକ୍ଷେପ ନେଇଛି ଏକ ରାଷ୍ଟ୍ର ଏକ ନିର୍ବାଚନ ଦେଶର ଆଞ୍ଚଳିକ ଦଳ ଗୁଡିକ ପାଇଁ ଘାତକ ସାବ୍ୟସ୍ତ  ହେବ   ଏହା ଦ୍ୱାରା  ଦେଶରେ  ସାମ୍ବିଧାନିକ ସମସ୍ୟା ଉପୁଜିପାରେ ଯଦି ନିର୍ବାଚନ ଏକାସାଙ୍ଗରେ କରାଯାଏ ଏହା ନିଶ୍ଚିତ ନୁହେଁ ଯେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦ୍ୱାରା ଗଠିତ ହେବେ।

  ଏହା ମଧ୍ୟ ସମ୍ଭବ ଯେ ଯଦି କିଛି ଦଳ ମିଳିତ ସରକାର ଗଠନ କରନ୍ତି ଯାହା 5 ବର୍ଷ ପୂର୍ବରୁ ଯେ କକୌଣସି ସମୟରେ  ଭାଙ୍ଗିଯାଇପାରେ  ତେବେ ସେହି ପରିପ୍ରେକ୍ଷୀରେ ଏହି ନିଷ୍ପତି କାର୍ଯ୍ୟକାରୀ ହୋଇପାରିବ ନାହିଁ |  ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ତେଣୁ ସମସ୍ତ ରାଜ୍ୟ, ୟୁଟି ଏବଂ ଲୋକସଭାରେ ଏକକାଳୀନ ନିର୍ବାଚନ କରିବା କଷ୍ଟକର କାର୍ଯ୍ୟ ହେବ |

ଭାରତୀୟ ଜନତା ପାର୍ଟିର ଏହି ନିଷ୍ପତି କେବଳ ନିର୍ବାଚନ ଜିତିବା ସହିତ ଭାରତବର୍ଷର ସମସ୍ତ ରାଜ୍ୟକୁ ଏକା ସାଙ୍ଗରେ ଦଖଲ କରିବାକୁ ଏକ ସୁଚିନ୍ତିତ ଯୋଜନା ଅଟେ l ଭାଜପା ସରକାର ଦେଶରେ ଆଞ୍ଚଳିକ ଦଳ ଗୁଡିକୁ ସମାପ୍ତ କରି ଗଣତନ୍ତ୍ରକୁ ହତ୍ୟା ଉଦ୍ୟମ କରୁଛି ଯାହା ଅସମ୍ବିଧାନିକ ଏବଂ ଲୋକତାନ୍ତ୍ରିକ ନିଷ୍ପତି ଯାହାଦ୍ୱାରା ଦେଶର ସଂଘୀୟ ବ୍ୟବସ୍ଥା ଓ ଭାରତୀୟ ସମ୍ବିଧାନ ବିରୋଧୀ ବୋଲି କହି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ଯାଦବ ଭାଜପା ସରକାର କୁ କଡା ସମାଲୋଚନା କରିଛନ୍ତି l

Leave a Reply

Your email address will not be published. Required fields are marked *