ଏକ ସଡ଼କ ଦୁର୍ଘଟଣାରେ ନାବାଳକଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ଏକ ସଡ଼କ ଦୁର୍ଘଟଣାରେ ନାବାଳକଙ୍କ ମୃତ୍ୟୁ ଘଟିଛି । ସେ ହେଉଛନ୍ତି କଲ୍ୟାଣସିଂହପୁର ବ୍ଲକସଦର ପାଟବନ୍ଦ ଗ୍ରାମର କାଡ୍ରାକା ଲାଛାଙ୍କ ପୁତ୍ର ସନ୍ତାନ ସୁମନ କାଡ୍ରାକା ବୟସ (୧୩) । ମିଳିଥିବା ସୂଚନା ମୁତାବକ କଲ୍ୟାଣସିଂହପୁର ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଅଧ୍ୟୟନ କରୁଥିବା ସୁମନ କାଡ୍ରାକା ଓ ନବୀନ ତାଡିକା ବୟସ (୨୧) ସହ ଦୁହେଁ ମିଶି ଟିଭିଏସ ଏକ୍ସଏଲ ବାଇକରେ କୋଣସି କାମରେ ଘୋଡାଘାଟି ଗ୍ରାମକୁ ଯିବା ସମୟରେ ନୂଆ ସାହି ହୋମ୍ସ ପାଖରେ ହନୁମାନ ବସ ରଖି (ପାସିଜେଞ୍ଜର) ଯାତ୍ରୀମାନଙ୍କୁ ଚଡାଉଥିଲେ ।
ସେ ସମୟରେ ଉକ୍ତ ବାଇକ ପଛ (ପଟ)ପାର୍ଶ୍ୱରୁ ଲେପ୍ଟେ ସାଇଡ ଆସି ଭାରସାମ୍ୟ ହରାଇ ଖସି ପଡିବାରୁ ବାଇକରେ ବସିଥିବା ନାବାଳକ ସୁମନ ବସର ଆଗ ଚକା ତଳେ ପଡି ଘଟଣାସ୍ଥଳରେ ହିଁ ଜୀବନ ଚାଲିଗଲା । ଏହା ପରେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଟ ବେହେରା,ଏ ଏସଆଇ ଶିବ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବ ସହ ନାବାଳକଙ୍କ ମୃତ ଶରୀରକୁ ଜବତ କରି ତାକୁ ପୋଷ୍ଟ ମୋତୁମ୍ ପାଇ ରିପୋର୍ଟ ଆସିବା ପରେ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରିଛି ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ